ଦିଲ୍ଲୀର ଶାସ୍ତ୍ରୀ ଭବନର 7 ମହଲା କୋଠାରୁ ଡେଇଁ ବୈଜ୍ଞାନିକ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଶାସ୍ତ୍ରୀ ଭବନର 7ମ ମହଲାରୁ ଡେଇଁ ଜଣେ ବୈଜ୍ଞାନିକଙ୍କ ମୃତ୍ୟୁ | ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିଲେ ମୃତକ ବୈଜ୍ଞାନିକ | 55 ବର୍ଷୀୟ ବୈଜ୍ଞାନିକ 7ମ ମହଲାରୁ ଡେଇଁପଡିବା ପରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ସୂଚନା ମିଳିଛି |

ପ୍ରାଥମିକ ତଦନ୍ତରୁ ମୃତ ବୈଜ୍ଞାନିକ ଜଣଙ୍କ 55 ବର୍ଷୀୟ ରାଜେଶ ମଲ୍ଲିକ ଓ ପଶ୍ଚିିମ ଦିଲ୍ଲୀ ବାସିନ୍ଦା ବୋଲି ସ୍ପଷ୍ଟ ହୋଇଛି ।

ନୂଆଦିଲ୍ଲୀ ଡେପୁଟି ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ଶାସ୍ତ୍ରୀ ଭବନରୁ ଜଣେ ବ୍ୟକ୍ତି ଡେଇଁ ପଡିଥିବା ସୂଚନା ପାଇବା ପରେ ଆମ୍ବୁଲାନ୍ସ ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ଘଟଣାସ୍ଥଳରେ ହିଁ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇସାରିଥିଲା । ମୃତଦେହ ଉଦ୍ଧାର ପରେ ପ୍ରାଥମିକ ତଦନ୍ତରୁ ବ୍ୟକ୍ତିଜଣକ ବୈଜ୍ଞାନିକ ରାଜେଶ ମଲିକ ବୋଲି ଜାଣିବାକୁ ପାଇଥିଲା ପୋଲିସ ।

ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ପରି ସନ୍ଦେହ କରାଯାଉଥିଲେ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ କାରଣ ପୋଲିସ ପକ୍ଷରୁ ସାମ୍ନାକୁ ଅଣାଯାଇନାହିଁ । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାର ତଦନ୍ତ ଜାରି ରହିଛି, ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବା ନେଇ ପୋଲିସ କହିଛି ।

ସେପଟେ ଜଣେ ବୈଜ୍ଞାନିକଙ୍କ ଏପରି ମୃତ୍ୟୁ ଘଟଣାକୁ ନେଇ ଚର୍ଚା ଜୋର ଧରିଛି |

Related Posts