
ଇସଲାମାବାଦ : ପାକିସ୍ତାନ ସରକାର ଏକ ବଡ ଘୋଷଣା କରିବାକୁ ଯାଉଛଂତି | ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ନିଜ ଦେଶର ସ୍ଥିତିକୁ ସୁଧାରିବା ପାଇଁ ଏକ ବଡ ଘୋଷଣ କରିବାକୁ ଯୋଜନା କରୁଛନ୍ତି | ପାକିସ୍ତାନ ରେ ଏବେ ଅନେକ ସମସ୍ୟା ମୁଣ୍ଡ ଟେକିଥିବା ବେଳେ, ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ସମସ୍ୟା ଆହୁରି ବଢାଇ ଦେଇଛି । ଅନେକ ଚେଷ୍ଟା ସତ୍ତ୍ବେ କୌଣସି ବାଟ ଫିଟୁନାହିଁ । ଏବେ ଏହି ସଙ୍କଟ ସହ ଲଢିବା ପାଇଁ ପାକିସ୍ତାନ ସରକାର ଭିନ୍ନ ଚେଷ୍ଟା ଜାରି ଆରମ୍ଭ କରିଛି ।
ପାକିସ୍ତାନ ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀଙ୍କ କାର୍ଯ୍ୟ ଦିବସ କମ୍ କରିବାକୁ ପ୍ଲାନ୍ କରିଛନ୍ତି ।
ପାକିସ୍ତାନର ଏକ ଖବରକାଗଜ ରିପୋର୍ଟ ଅନୁସାରେ ସରକାର କାର୍ଯ୍ୟ ଦିବସ କମ୍ କରିବାର ପ୍ଲାନ୍କୁ ମଞ୍ଜୁରୀ ଦେଇଛନ୍ତି । ସରକାରଙ୍କ ଅନୁସାରେ ଏହି ଯୋଜନା ଦ୍ବାରା ଇନ୍ଧନ ବଞ୍ଚିବା ସହ ବୈଦେଶିକ ମୁଦ୍ରାର ବ୍ୟବହାର ମଧ୍ୟ ହ୍ରାସ ପାଇବ । ଗୋଟିଏ ପଟେ ଯେଉଁଠି ପାକିସ୍ତାନରେ ତେଲର ବ୍ୟବହାର ବୃଦ୍ଧି ପାଉଛି, ଅନ୍ୟପଟେ ପେଟ୍ରୋଲ-ଡିଜେଲ ମୂଲ୍ୟ ମଧ୍ୟ ଅନ୍ତରାଷ୍ଟ୍ରୀୟ ସ୍ତରରେ ବଢୁଛି ।
ପାକ୍ ସରକାରଙ୍କ ଅନୁସାରେ କାର୍ଯ୍ୟ ଦିବସ କମ୍ କରି ପେଟ୍ରୋଲ-ଡିଜେଲ ବଞ୍ଚାଇବାର ଯୋଜନା ଦ୍ବାରା ବାର୍ଷିକ୨.୭ ଅରବ ଡଲାର ବିଦେଶୀ ମୁଦ୍ରା ସଞ୍ଚୟ ହୋଇପାରିବ । ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ପାକିସ୍ତାନ ଏହି ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହା ଫଳରେ ଅଫିସ୍ରେ ଏବେ କେବଳ ୪ଦିନ କାମ କରିବା ଏବଂ ୩ ଦିନ ଛୁଟି ଦେବାକୁ କୁହାଯାଇଛି ।
ଏହି ପ୍ଲାନିଂ ଫଳରେ ପିଓଏଲ ସଞ୍ଚୟ ମାସକୁ ହାରାହାରି ୧୨.୨ କୋଟି ହେବ ବୋଲି ଆକଳନ କରାଯାଇଛି । ବର୍ଷକରେ ଏହା ୧.୫ ଅରବ ଡଲାର ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହା ମଧ୍ୟ କୁହାଯାଇଛି ଯେ, କାର୍ଯ୍ୟ ଦିବସରେ ୯୦ ପ୍ରତିଶତ ତୈଳ ବ୍ୟବହାର ହେଉଥିବା ବେଳେ ଛୁଟିଦିନରେ ଏହି ମାତ୍ର ୧୦ ପ୍ରତିଶତ ହୋଇଥାଏ ।