କ୍ବାଡ୍ ବୈଠକ ବେଳେ ଜାପାନ ନିକଟରେ ଉଡ଼ିଲା ଚୀନ-ରୁଷର ଲଢୁଆ ବିମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କ୍ବାଡ୍ ବୈଠକ ବେଳେ ଜାପାନ ନିକଟରେ ଉଡ଼ିଲା ଚୀନ-ରୁଷର ଲଢୁଆ ବିମାନ । ଜାପାନରେ ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ୍ ମେଣ୍ଟର ବୈଠକ ଚାଲିଥିବାବେଳେ ଜାପାନ ବାୟୁସେନା ନିକଟରେ ଚୀନ ଓ ରୁଷର ଲଢୁଆ ବିମାନଗୁଡ଼ିକ ଉଡ଼ୁଥିବା ଜାପାନ ପକ୍ଷରୁ କୁହାଯାଇଛି । ତେବେ ଏହି ବିମାନଗୁଡ଼ିକ ଜାପାନର ବାୟୁସୀମା ଅତିକ୍ରମ କରିନଥିବା ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିସି କହିଛନ୍ତି ।

କିସି କହିଛନ୍ତି କ୍ବାଡ୍ ଦେଶର ରାଷ୍ଟ୍ରମୁଖ୍ୟମାନେ ଆଞ୍ଚଳିକ ସୁରକ୍ଷା ପାଇଁ ବୈଠକ କରୁଥିବା ବେଳେ ଚୀନ ଓ ରୁଷର ଦୁଇଟି ଲେଖାଏଁ ବୋମାବର୍ଷୀ ଲଢୁଆ ବିମାନ ଜାପାନ ସାଗର ଉପରେ ଉଡ଼ିବା ଏକ ଗଭୀର ଚିନ୍ତାର ବିଷୟ । ଏହି ବିମାନଗୁଡ଼ିକ ଜାପାନ ବାୟୁସୀମା ଅତିକ୍ରମ କରିବା ପୂର୍ବରୁ ଫେରିଯାଇଥିଲେ ବୋଲି ସେ କହିଛନ୍ତି । କେବଳ ଏତିକି ନୁହେଁ, ଏକ ରୁଷୀୟ ଗୁପ୍ତଚର ବିମାନ ମଧ୍ୟ ଜାପାନର ହୋକାଇଡୋ ଉପରେ ଉଡୁଥିବା ସେ ସୂଚନା ଦେଇଛନ୍ତି ।

Related Posts