ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ସମସ୍ତେ ରାଜନୈତିକ କରିବାରେ ବ୍ୟସ୍ତ: ବିଜୟ ମହାପାତ୍ର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଥିବା ବେଳେ, ଆଜି ପୁଣି ଥରେ ପ୍ରେସମିଟ କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶ୍ରୀମନ୍ଦିର ପ୍ରକଳ୍ପ ଆରମ୍ଭ ହେବା ଦିନରୁ ବିଦାଦ ଘନୀଭୂତ ହେବାରେ ଲାଗିଛି । ତେବେ ବିଜୟ କହିଛନ୍ତି, “ମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ପ୍ରକଳ୍ପ ଆରମ୍ଭ ହେବା ସମୟରୁ ହିଁ ଏହା ବିବାଦୀୟ ପ୍ରକଳ୍ପ ହୋଇଗଲା । କାରଣ ସରକାରଙ୍କ ଏଥିରେ ଅନେକ ଗୁଡିଏ ତୃଟି ଦେଖାଦେଇଛି । ଘଟଣାଟି ବର୍ତ୍ତମାନ ହାଇକୋର୍ଟରେ ବିଚାରାଧୀନ ରହିଛି । ଏଏସଆଇ ମଧ୍ୟ ତାର ରିପୋର୍ଟ ଦାଖଲ କରିଛି । ନା ନନେଇ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କରିଛନ୍ତି ।”ପରିକ୍ରମା ପ୍ରକଳ୍ପ ବିବାଦ: ASI ମୁଖ୍ୟ ଅଭିଯୁକ୍ତ, ପୁରା ଘଟଣାର ସିବିଆଇ ତଦନ୍ତ ଦାବି କଲେ ବିଜୟବିଜୟ କହିଛନ୍ତି ସମସ୍ତେ ରାଜନୈତିକ କରିବାରେ ବ୍ୟସ୍ତ, ଫଟୋକୁ ଧରି ରାଜନୀତି ଚାଲିଛି । ଆମ ଜଗନ୍ନାଥ ଠାକୁର ହେଉଛନ୍ତି ଆରାଧ୍ୟ ଦେବତା । ତାଙ୍କୁ କାଖେଇ କୁଣ୍ଢେଇ ଖେଳନା ଭଳି ବ୍ୟବହାର କରାନଯାଉ । ସେହିପରି ଘଟଣାକୁ ନେଇ ମୁଁ ନିନ୍ଦା କରୁଛି । ଏଘଟଣା ଆଗରୁ କେବେ ହୋଇନଥିଲା । ମୁଁ ପୂର୍ବରୁ କହିଛି ଜଗନ୍ନାଥଙ୍କୁ ନେଇ ରାଜନୈତିକ ବିବାଦ କରିବା ଉଚିତ ନୁହେଁ। ଯିଏ ସରକାରରେ ଅଛନ୍ତି ବା ଯିଏ ବିରୋଧୀ ଦଳରେ ଥାନ୍ତୁ ନା କାହିଁକି । ବୟାନ ବାଜିରେ ଘଟଣା ଚାଲିଛି, ଅଭିନୟ କେବଳ ଖଣ୍ଡଗିରିରେ ହୁଏ ଏଠି ଆବଶ୍ୟକତା ନାହିଁ ବୋଲି ବିଜୟ କହିଛନ୍ତି ।

ସେହିପରି ବିଜୟ କହିଛନ୍ତି ମୌଳିକ ଭାବେ ଜଗନ୍ନାଥ ମନ୍ଦିରର 100 ମିଟର କି 200 ମିଟର ହେଉ ତାହା ଏଏସଆଇ ମାଲିକାନାରେ ରହିଛି । ରାଜ୍ୟ ସରକାର ଏଏସଆଇ ଚୁକ୍ତି ନାମା ସ୍ବାକ୍ଷର କରିଥିଲେ । ଯଦି ଏଏସଆଇ ମଠ ଗୁଡିକ ଭଙ୍ଗା ଯିବା ସମୟରେ ବିବାଦ ଆରମ୍ଭ ହୋଇଛି । ଆମସାର ଆକ୍ଟ 30 ରେ ରହିଛି ଯେ ଯଦି କୌଣସି ମଠ ମନ୍ଦିର ଭଙ୍ଗା ଯିବ ତାହା ଏଏସଆଇ ଅନୁମତିରେ ହେବ । ମାତ୍ର ତାହା ବେଆଇନ ଭାବେ ମଠ ମନ୍ଦିର ଭାଙ୍ଗି ଦିଆଗଲା ।

ଏଇ ଘଟଣା ଲଗାତାର ଭାବେ ଏକ ରାଜନୈତିକ ଘଟଣାରେ ପରିଣତ ହୋଇଛି । ଗୋଟିଏ ଏକ୍ସପଟ ଗଠନ କରିବାକୁ ମୁଁ ଦାବି କରିଥିଲି । ଆଉ ଏକ୍ସପଟ କମିଟି ଗଠନର ଦାୟିତ୍ବ ହେଉଛି କେନ୍ଦ୍ର ସରକାର ଓ ଏଏସଆଇର । ମାତ୍ର ସେମାନେ କଲେନି । ଆଉ ରାଜ୍ୟ ସରକାର ବି ଚାହିଁଥିଲେ ବି କରି ପାରି ଥାନ୍ତେ । ମାତ୍ର ସେ ବି କଲେନି । ଏଇ ଘଟଣାରେ ଏଏସଆଇ ମୁଖ୍ୟ ଅଭିଯୁକ୍ତ । ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ରାମାନୁଜଙ୍କ ମୂର୍ତ୍ତି ଉନ୍ମୋଚିତ କରୁଛନ୍ତି । ଏଠି କିନ୍ତୁ ରାମନୁଜ ମଠ ଭଙ୍ଗା ଯାଉଛି । ମାତ୍ର ସମସ୍ତେ ଚୁପ । ଆଉ ଏଠି ଆସି ଏବେ ଡ୍ରାମା କଲେ କିଛି ହେବନି ବୋଲି ବିଜୟ କହିଛନ୍ତି ।

Related Posts