“ଏକ ଶକ୍ତିଶାଳୀ ସରକାର ଦେଶକୁ ଦୁର୍ବଳ ଟଙ୍କା ଦେଇଛନ୍ତି” : ଶଶୀ ଥରୁର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ):” ଏକ ଶକ୍ତିଶାଳୀ ସରକାର ଦେଶକୁ ଦୁର୍ବଳ ଟଙ୍କା ଦେଇଛନ୍ତି” ଆଜି କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ର ବରିଷ୍ଠ ନେତା ଶଶୀ ଥରୁର । ତେବେ ଆଜି ସଂସଦ ପରିସରରେ ଦେଶରେ ବୃଦ୍ଧି ପାଉଥିବା ଦରଦାମ ଉପରେ ବିରୋଧୀ ଦଳ ମାନେ ବିରୋଧ ପ୍ରଦର୍ଶନ କରୁଥିଲେ। ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ଡ଼ଲାର ତୁଳନାରେ ଭରତୀୟ ମୁଦ୍ରାର ସର୍ବକାଳୀନ ହ୍ରାସ ବିଷୟରେ ଏହି ମନ୍ତବ୍ୟ ଦେଇଛନ୍ତି।

ଶଶୀ ଥରୁର କହିଛନ୍ତି “ଟଙ୍କା ଡ଼ଲାର ତୁଳନାରେ ୮୦ ଅତିକ୍ରମ କରିଛି। ମୋଦୀ ଜୀ ଏହାକୁ ହିଁ ୨୦୧୪ ରେ ନିର୍ବାଚନ ପ୍ରସଙ୍ଗ କରିଥିଲେ। ସେ ଆସିବା ପରେ ଟଙ୍କାକୁ ମଜବୁତ କରିବାକୁ କହିଥିଲେ। ସେତେବେଳେ ମୋଦୀ ଜୀ କଂଗ୍ରେସ ସରକାରକୁ ଏକ ଦୁର୍ବଳ ସରକାର ବୋଲି କହିଥିଲେ, ଦୁର୍ବଳ ସରକାର ଥିବାରୁ ଟଙ୍କା ସେତେବେଳେ ଦୁର୍ବଳ ଥିଲା… କିନ୍ତୁ ଆପଣଙ୍କ ଶକ୍ତିଶାଳୀ ସରକାର ଆମକୁ କଣ ଦେଇଛି?”

ଶଶୀ ଆହୁରି କହିଥିଲେ ଯେ ଏବେ ତ ଦେଶରେ ଏକ ଶକ୍ତିଶାଳୀ ସରକାର ଅଛି, ତଥାପି ଟଙ୍କା କାହିଁକି ଦୁର୍ବଳ ହେଉଛି। ଏହା ସହ ଦେଶରେ ବଢୁଥିବା ଦରଦାମ ଓ GST ପ୍ରସଙ୍ଗ ରେ ମଧ୍ୟ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

Related Posts