ଆମେରିକାରେ ଆତଙ୍କ ଖେଳାଇଥିବା ଓମିକ୍ରନର ଉପ ଭାରିଏଣ୍ଟର ଏକ ଆକ୍ରାନ୍ତ ମହାରାଷ୍ଟ୍ରରୁ ଚିହ୍ନଟ

ମୁମ୍ବାଇ : ମହାରାଷ୍ଟ୍ରରୁ ଚିହ୍ନଟ ହେଲା ଆମେରିକାରେ ତୀବ୍ର ବ୍ୟାପୁଥିବା ଓମିକ୍ରନର ସବ୍ ଭାରିଏଣ୍ଟ ଆକ୍ରାନ୍ତ । ବିଏ୨.୧୨.୧ର କିଛି ନମୁନା ଏବେ ମହାରାଷ୍ଟ୍ରରେ ଠାବ ହୋଇଛି। ତେବେ ରାଜ୍ୟରେ ଏହାର ପ୍ରସାର ଏବେବି ସୀମିତ ରହିଛି। ରାଜ୍ୟରେ ସଂକ୍ରମଣ କରୁଥିବା ଭାରିଏଣ୍ଟ ଉପରେ ନଜର ରଖିବା ଲାଗି ଜିନୋମ ସିକ୍ୱେନସିଂକୁ ମଜଭୁତ କରିବାକୁ କୁହାଯାଇଛି। ମଙ୍ଗଳବାର ମହାରାଷ୍ଟ୍ର ଓ ମୁମ୍ବାଇ ସହରରେ ୫୦ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି।

ଗତ ସୋମବାର ମହାରାଷ୍ଟ୍ରରେ ସର୍ବନିମ୍ନ ୧,୮୮୫ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୧୪ ଜୁନ ମଙ୍ଗଳବାର ଏହି ହାର ୫୦ ପ୍ରତିଶତ ବୃଦ୍ଧି ସହ ୨ ହଜାର ୯୫୬କୁ ପହଞ୍ଚିଛି। ମୁମ୍ବାଇରେ ମଧ୍ୟ ସୋମବାର ୧ ହଜାର ୧୧୮ ମାମଲା ତୁଳନାରେ ମଙ୍ଗଳବାର ୧ହଜାର ୭୨୪ ମାମଲା ରେକର୍ଡ ହୋଇଛି। ୨୬ ଏପ୍ରିଲ ପରେ ରାଜ୍ୟରେ କରୋନା ଯୋଗୁ ୪ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ମୁମ୍ବାଇରେ ହସ୍ପିଟାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୭୫ରେ ସ୍ଥିର ରହିଛି।

ଏଥିରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ନୋଟ୍ ଲେଖି ସତର୍କ କରିଛନ୍ତି।

Related Posts