କୋଦଳା ଥାନା ବେରୁହାବାଡ଼ି ଗାଁରେ ଅଘଟଣ: ଘର ଭିତରେ ବିସ୍ଫୋରଣ ଘଟି, ଗୋଟିଏ ପରିବାରର 7 ଗୁରୁତର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁହାବାଡ଼ି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ଘର ଭିତରେ ବିସ୍ଫୋରଣ ଘଟିଛି । ଫଳରେ ଗୋଟିଏ ପରିବାରର ୭ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗାଁର ଦଣ୍ଡପାଣି ବେହେରାଙ୍କ ଘରେ ପୂର୍ବରୁ ଗଚ୍ଛିତ ଥିଲା ବିସ୍ଫୋରକ ସାମଗ୍ରୀ । ହଠାତ୍‌ ବୁଧବାର ଦିନ ଗଚ୍ଛିତ ଥିବା ବିସ୍ଫୋରକ ସାମଗ୍ରୀ ବ୍ଲାଷ୍ଟ ହୋଇଥିଲା । ଯେଉଁଥିରେ ପରିବାରର ୬ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ଗୁରୁତର ଥିବାରୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟମାନଙ୍କୁ କୋଦଳା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଅସାବଧାନତା ଯୋଗୁଁ ଏପରି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ସେପଟେ ଅଘଟଣ ସଂପର୍କରେ ଖବର ପାଇ ପୁରୁଷୋତ୍ତମପୁର ଏସ୍‌ଡିପିଓ ଏବଂ କୋଦଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts