ଶିବସେନା ନେତା ସଞ୍ଜୟ ରାଉତଙ୍କ ନାଁରେ ୱାରଣ୍ଟ ଜାରି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିବସେନା ନେତା ସଞ୍ଜୟ ରାଉତଙ୍କ ନାଁରେ ୱାରଣ୍ଟ ଜାରି । ତେବେ ମୁମ୍ବାଇର ଏକ ଅଦାଲତ ସୋମବାର ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ଏକ ୱାରଣ୍ଟ ଜାରି କରିଛନ୍ତି । ପୂର୍ବତନ ଭାରତୀୟ ଜନତା ପାର୍ଟି(ଭାଜପା) ଏମପି କିରିଟ ସୌମୈୟାଙ୍କ ପତ୍ନି ମେଘା ସୋମୈୟାଙ୍କ ଦ୍ୱାରା ଦାୟର କରାଯାଇଥିବା ମାନହାନୀ ମାମଲାରେ କୋର୍ଟରେ ହାଜର ହେବାର ଥିଲା । ସେୱରି ମେଟ୍ରୋପଲିଟନ ମାଜିଷ୍ଟ୍ରେଟଙ୍କ ଅଦାଲତ ଗତ ମାସରେ ରାଉତଙ୍କ ବିରୋଧରେ ଏକ ସମନ ଜାରି କରି ତାଙ୍କୁ ଜୁଲାଇ ୪ରେ ହାଜର ହେବାକୁ କହିଥିଲେ । ହେଲେ ସୋମବାର ନା ସଞ୍ଜୟ ରାଉତ ନା ତାଙ୍କ ଓକିଲ କେହି କୋର୍ଟରେ ପହଞ୍ଚି ନ ଥିଲେ ।

ମେଘାଙ୍କ ଓକିଲ ବିବେକନନ୍ଦ ଗୁପ୍ତା କହିଛନ୍ତି, ସଞ୍ଜୟ କୋର୍ଟରେ ହାଜର ନ ହେବାରୁ ତାଙ୍କ ନାଁରେ ଏକ ୱାରଣ୍ଟ ଜାରି କରିବାକୁ ଆମେ ଆବେଦନ କରିଥିଲୁ । ଏଥିପାଇଁ ଅଦାଲତ ଆମକୁ ଅନୁମତି ପ୍ରଦାନ କରିଛନ୍ତି । ଏହାସହ ମାମଲାକୁ ସ୍ଥଗିତ ରଖିବା ସହ ୧୮ ଜୁଲାଇ ସୋମବାର ଏହାର ପରବର୍ତ୍ତି ଶୁଶାଣି ହେବ । ଏ ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts