
ଚେନ୍ନାଇ: ତାମିଲ୍ନାଡୁର ତିରୁପୁର ଜିଲ୍ଲାରେ ଅଭାବନୀୟ ଘଟଣା । ଜଣେ ମହିଳା ଆଡ୍ଭୋକେଟ୍ ଓ ତାଙ୍କ ଝିଅଙ୍କୁ ଜଣେ ଯୁବକ ଦାଆରେ ଆକ୍ରମଣ କରିଛି । ଫଳରେ ଉଭୟ କ୍ଷତାକ୍ତ କରିଥିବା କଥା ପୁଲିସ କହିଛି।
ପୁଲିସ କହିବା ଅନୁସାରେ, କୁମାରନ୍ ସଲାଇସ୍ଥିତ ମହିଳା କୋର୍ଟରେ ସରକାରୀ ଓକିଲ ଥିବା ୪୦ ବର୍ଷୀୟ ଜାମୀଲା ବାନୁ ଓ ତାଙ୍କ ୨୧ ବର୍ଷୀୟ ଝିଅ ତିରୁପୁର କୁମାରନ୍ ରୋଡ୍ରେ ଥିବା ତାଙ୍କ ଅଫିସ୍ରେ ଥିବା ବେଳେ ପେରିଆତୋଟ୍ଟାମ୍ ଅଞ୍ଚଳର ୨୫ ବର୍ଷିୟ ରହମାନ୍ ଖାଁ ଜବରଦସ୍ତି ଭିତରକୁ ଯାଇ ଜମୀଲାଙ୍କୁ ଦାଆରେ ଆକ୍ରମଣ କରିଥିଲେ। ଜମୀଲାଙ୍କୁ ରକ୍ଷା କରିବାକୁ ଉଦ୍ୟମ କରୁଥବା ବେଳେ ଝିଅ ମଧ୍ୟ ଆହତ ହୋଇଥିଲେ।
ଗବେଷଣା ନିମନ୍ତେ ଝିଅ ଜମୀଲାଙ୍କ ଅଫିସ୍ରୁ ପୁରୁଣା ମାମଲାଗୁଡ଼ିକର ନୋଟ୍ ଆଣୁଥିଲେ। ଜମିଲାଙ୍କ ଚିତ୍କାର ଶୁଣି ସାହାଯ୍ୟ କରିବାକୁ ଲୋକେ ଧାଇଁ ଯିବାରୁ ଆକ୍ରମଣକାରୀ ରହମନ୍ ଅସ୍ତ୍ର ଛାଡ଼ି ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ।
ଜମୀଲାଙ୍କ ମୁଣ୍ଡ ଓ ଦୁଇହାତ କ୍ଷତାକ୍ତ ହୋଇଛି। ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ସରକାରୀ ଡାକ୍ତରଖାନାକୁ ନିଆଯାଇଛି।
ତଦନ୍ତରୁ ଜଣାପଡ଼ିଛି ଯେ, ସରକାରୀ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବାନୁଙ୍କ ଝିଅ ପୂର୍ବରୁ ହମନ୍ଙ୍କ ନାଁରେ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ରହମନ୍ଙ୍କୁ ଗିରଫ କରିଥିଲା। କିନ୍ତୁ, ପରେ ସେ ଜାମିନ ପାଇ ମୁକୁଳି ଥିଲେ।
ଉପରୋକ୍ତ ଘଟଣା ପରେ ପ୍ରତିହିଂସା ପରାୟଣ ହୋଇ ରହମନ୍ ମାଆ ଓ ଝିଅଙ୍କୁ ଆକ୍ରମଣ କରିଛି ବୋଲି ପୁଲିସ କହିଛି।