ଭାଗ୍ୟ ବଦଳାଇ ଦେଲା ଲଟେରୀ ଟିକେଟ: କେରଳରେ ପ୍ରଚଳିତ ଓନାମ ଲଟେରୀ ଦ୍ୱାରା ୨୫ କୋଟି ଟଙ୍କା ଜିତିଲେ ଅଟୋ ଡ୍ରାଇଭର

ଥିରୁଅନନ୍ତପୁରମ: ରାତାରାତି ଚମକିଲା ଭାଗ୍ୟ । ଗୋଟିଏ ଲଟେରୀ ଟିକେଟ ଭାଗ୍ୟ ବଦଳାଇ ଦେଇଛି । ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଜଣେ ଅଟୋ ଡ୍ରାଇଭର ରାତାରାତି ବନି ଯାଇଛନ୍ତି କୋଟିପତି ପଲଟିଯାଇଛନ୍ତି । ସେ କେରଳରେ ପ୍ରଚଳିତ ଓନାମ ଲଟେରୀ ଦ୍ୱାରା ଏକାଥରକେ ୨୫ କୋଟି ଟଙ୍କା ଜିତି ନେଇଛନ୍ତି।

ଦୀର୍ଘ ବର୍ଷ ହେଲା ଅଟୋ ଚଳାଇ ପରିବାର କଥା ବୁଝୁଥିବା ଏହି ବ୍ୟକ୍ତି ଜଣଙ୍କ ଅଧିକ ରୋଜଗାର ପାଇଁ ରୋଷେୟା ଭାବେ ମାଲେସିୟା ଚାଲି ଯିବାକୁ ଲକ୍ଷ୍ୟ ରଖିଥିଲେ। ଏପରି କି ସେ ଲୋନ ପାଇଁ ଆବେଦନ କରିଥିଲେ। ଦିନକ ପୂର୍ବରୁ ସେ ଆବେଦନ କରିଥିବା ୩ ଲକ୍ଷ ଟଙ୍କାର ଲୋନକୁ ଅନୁମତି ମିଳିଥିଲା। ସେ ମାଲେସିୟା ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ରାତାରାତି ତାଙ୍କ ଭାଗ୍ୟ ବଦଳି ଯାଇଛି। ସେ କିଣିଥିବା ଲଟେରୀ ତାଙ୍କୁ ୨୫ କୋଟି ଟଙ୍କା ଜିତାଇ ଦେଇଛି

ଏହି ଭାଗ୍ୟଶାଳୀ ଅଟୋ ଚାଳକ ଜଣଙ୍କ ହେଉଛନ୍ତି ଅନୂପ। ସେ କେରଳ ଶ୍ରୀବରହାମ ଅଞ୍ଚଳରେ ରୁହନ୍ତି। ଶନିବାର ସେ TJ 750605 ଟିକେଟ ଆଣିଥିଲେ। ତେବେ ପ୍ରଥମରୁ ଏହି ଟିକେଟ ନମ୍ବର ତାଙ୍କର ପସନ୍ଦ ନଥିଲା। ସେ ଆଉ ଗୋଟିଏ ନମ୍ବର ଚୟନ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ଏହି TJ 750605 ନମ୍ବର ଟିକେଟ ଧରି ଘରକୁ ଆସିଥିଲେ।

ପୂର୍ବରୁ ମଧ୍ୟ ଅନୂପ ଲଟେରୀ ଟିକେଟ କିଣିଥିଲେ। ହେଲେ ତାଙ୍କ ଜିତିବା ରାଶି କେବେ ହେଲେ ୫ ହଜାରରୁ ଅଧିକ ନଥିଲା। କିନ୍ତୁ ଏବେ ସେ ୨୫ କୋଟି ଟଙ୍କା ଜିତିଛନ୍ତି। ଟିକସ ଓ ଅନ୍ୟାନ୍ୟ ଖର୍ଚ୍ଚକୁ ବାଦ ଦେଲେ ଅନୂପ ପ୍ରାୟ ୧୫ କୋଟି ଟଙ୍କା ପାଇବେ ବୋଲି ଜଣାପଡ଼ିଛି।

ହଠାତ ଅଟୋ ଡ୍ରାଇଭରରୁ କୋଟି ପତି ହୋଇଥିବା ଅନୂପଙ୍କ ଖୁସି ଏବେ କହିଲେ ନ ସରେ। ସେ ଏହି ଲଟେରୀ ଟଙ୍କାରେ ଗୋଟିଏ ଘର କିଣିବା ସହ ନିଜର ଋଣ ପରିଶୋଧ କରିବେ। ସେହିପରି ହୋଟେଲ ବ୍ୟବସାୟ ଆରମ୍ଭ କରିବା ସହ କିଛି ଅର୍ଥ ଦାନ ଆକାରରେ ବିଭିନ୍ନ ସଂଗଠନକୁ ଦେବେ ବୋଲି କହିଛନ୍ତି।

Related Posts