ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ମୃତ୍ୟୁ

ବ୍ରହ୍ମପୁର : ଆଖି ବୁଜିଲେ ଥାନା ସମ୍ମୁଖରେ ମଦ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା । ବ୍ରହ୍ମପୁର ଗୋପାଳପୁର ଥାନା ସମ୍ମୁଖରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ମାଣ୍ଡିଆପଲ୍ଲୀ ଜ୍ୟୋତିନଗର ଅଞ୍ଚଳର ଟୁକୁନି ଦାସ ।

ତେବେ ଶୁକ୍ରବାର ଗୋପାଳପୁର ଥାନା ପରିସରରେ ମହିଳା ଜଣଙ୍କ ଉନ୍ମୁକ୍ତକାଣ୍ଡ ଘଟାଇଥିଲେ । ପାରିବାରିକ କଳହ କାରଣରୁ ଥାନା ପରିସରରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ।

ମହିଳାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

Related Posts