ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କ ସ୍ବତନ୍ତ୍ର ଲିଭ୍‌ ପିଟିଶନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ୨୦୧୯ରେ ବାରାବାଟୀ-କଟକ ବିଧାନସଭା ଆସନରୁ ମୋକିମ୍‌ଙ୍କ ନିର୍ବାଚିତ ହୋଇଥିଲେ। ଏହାକୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓଡ଼ିଶା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଦେବାଶିଷ ତାଙ୍କ ପିଟିଶନରେ ଦର୍ଶାଇଥିଲେ ଯେ ମୋକିମ ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ବିରୋଧରେ ଥିବା ଅପରାଧ ମାମଲା ସମ୍ପର୍କିତ ତଥ୍ୟ ଲୁଚାଇଛନ୍ତି।

ଉକ୍ତ ପିଟିଶନକୁ ଖାରଜ କରିବା ଲାଗି ମୋକିମ ଆବେଦନ କରିଥିଲେ ମଧ୍ୟ ହାଇକୋର୍ଟ ତାହାକୁ ଖାରଜ କରିଦେଇଥିଲେ। ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଧାୟକ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍‌ ପିଟିଶନ ଦାଏର କରିଥିଲେ। ତେବେ ବିଚାରପତି ଏସ୍‌.କେ. କୌଲ ଏବଂ ଏମ୍‌.ଏମ୍‌ ସୁନ୍ଦ୍ରେଶଙ୍କ ଖଣ୍ଡପୀଠ ଏହି ପିଟିସନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟଙ୍କ ରାୟ ଉପରେ ହସ୍ତକ୍ଷେପ କରିବାକୁ ଖଣ୍ଡପୀଠ ମନା କରିଦେଇଥିବା ସୂଚନା ମିଳିଛି।