ଏଣିକି ଆଧାରକାର୍ଡ, ପ୍ୟାନ କାର୍ଡ ଦେଖାଇ ଦେଇପାରିବେ ଭୋଟ: ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାତି ପାହିଲେ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି । ଏନେଇ ସମସ୍ତ ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଭୋଟରମାନଙ୍କ ଭିତରେ ମଧ୍ୟ ଢ଼େର ସାରା ଉତ୍କଣ୍ଠା ଦେଖାଦେଇଛି । ଏହା ମଧ୍ୟରେ ଭୋଟର କାର୍ଡ ନଥିଲେ ମଧ୍ୟ ପ୍ୟାନକାର୍ଡ, ଆଧାରକାର୍ଡ, ପାସପୋର୍ଟ ଦେଖାଇ ଭୋଟ ଦେଇପାରିବେ ବୋଲି ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ ସୂଚନା ଦେଇଛନ୍ତି । ସେପଟେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ପୋଲିଂ ପାର୍ଟି ବୁଥରେ ପହଞ୍ଚିବେ ।

କାଲି ୭୧ ବ୍ଲକର ୧୬୬୯ ପଞ୍ଚାୟତର ୨ ଶହ ଜିଲ୍ଲା ପରିଷଦରେ ଭୋଟ ଗ୍ରହଣ ହେବ । ୨ ଶହ ଜିଲ୍ଲା ପରିଷଦ ଆସନ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଛନ୍ତି । ନିର୍ବାଚନରେ ୩୭, ୨୪୫ ପୁଲିସ ଏବଂ ୨୨୫ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଭୋଟ ଗ୍ରହଣ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଚାଲିବ । ଭୋଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରେ ରହିବା ଜରୁରୀ ଅଟେ । ଭୋଟର କାର୍ଡ ନଥିଲେ ମଧ୍ୟ ଅନ୍ୟ ୧୩ଟି ଦସ୍ତାବିଜ ଦେଖାଇ ଭୋଟ ଦେଇପାରିବେ ବୋଲି ନିର୍ବାଚନ କମିଶନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts