ଅମୀର ଖାନଙ୍କ ମା’ ଜିନତ୍‌‌ଙ୍କୁ ହୃଦଘାତ୍, ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ଵାଇ : ଅସୁସ୍ଥ ଅମୀର ଖାନଙ୍କ ମା’ ଜିନତ୍‌‌ । ତାଙ୍କୁ ହୃଦଘାତ୍ ହେବା ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ଖରା୍ପ ହେବାରୁ ତୁରନ୍ତ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ଅମୀର ଦୀପାବଳି ପାଇଁ ତାଙ୍କ ପଞ୍ଚଗାନି ଘରେ ଥିଲେ । ସେତେବେଳେ ତାଙ୍କ ମାଆଙ୍କର ହୃଦଘାତ୍ ଆସିଥିଲା । ଅମୀରଙ୍କ ବ୍ୟତୀତ ପରିବାର ଅନ୍ୟ ସଦସ୍ୟ ବି ସେଠାରେ ପହଞ୍ଚିଥିଲେ । ବର୍ତ୍ତମାନ ତାଙ୍କ ମା’ଙ୍କ ଅବସ୍ଥା ସ୍ଥିର ଥିବା କୁହଯାଇଛି ।

କହିବାକୁ ଗଲେ ଅମୀର କି ତାଙ୍କ ପରିବାର ପକ୍ଷରୁ ଅଧିକ ସୂଚନା ମିଳିନାହିଁ । ଇଟାଇମସ୍‌ରିପୋର୍ଟ ଅନୁଯାୟୀ ଅମୀରଙ୍କ ମା’ ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି। କିନ୍ତୁ ଅମୀରଙ୍କ ପରିବାର ନିଶ୍ଚିତ କରି କହିଛନ୍ତି କି ଯେମିତି କୌଣସି ସୂଚନା ବାହାରକୁ ନଯାଉ। ପରିସ୍ଥିତିକୁ ଦେଖି ପରିବାର ଚାହୁଁଛି କି ଜିନତ୍‌ଙ୍କ ସ୍ଵାସ୍ଥ୍ୟକୁ ନେଇ କୌଣସି ଗୁଜବ ପ୍ରଚାର ନହେଉ ।

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ କିଛି ଦିନ ପୂର୍ବ ତାଙ୍କ ଫିଲ୍ମ ଲାଲ୍‌ ସିଂ ଚଢା ରିଲିଜ୍‌ ହୋଇଥିଲା । ଯାହା ବକ୍ସଅଫିସ୍‌ରେ ଫ୍ଲପ୍‌ ସାବ୍ୟସ୍ତ ହୋଇଥିଲା। ଆଗକୁ ତାଙ୍କର ଆଉ ଏକ ଫିଲ୍ମ ଆସୁଛି। ଯାହା ସ୍ପେନ୍‌ ଫିଲ୍ମର ରିମେକ୍‌ ଅଟେ। ଏହାର ନିର୍ଦ୍ଦେଶନା ଦେବେ ଆର୍‌‌.ଏସ୍‌ ପ୍ରସନ୍ନ

Related Posts