ଟିଏମସିରେ ସାମିଲ ହେଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସବୁକିଛି କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ଟିଏମସିରେ ସାମିଲ ହୋଇଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ସୋମବାର ଅପରାହ୍ନରେ ଅଭିଜିତ ବାନାର୍ଜୀଙ୍କ ମିଶ୍ରଣ ପାଇଁ କୋଲକାତାରେ ଟିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା। ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ଆନୁଷ୍ଠାନିକ ଭାବେ ମମତା ବାନାର୍ଜୀଙ୍କ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭା ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ଟିଏମସିରେ ଯୋଗଦେଇଥିବାରୁ ଦଳ ତାଙ୍କୁ ଜଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି। ୨୦୧୨ ଓ ୨୦୧୪ ରେ କଂଗ୍ରେସ ଟିକେଟରେ ପଶ୍ଚିମବଙ୍ଗର ଜଙ୍ଗୀପୁର ଲୋକସଭା ଆସନରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ଅଭିଜିତ । କିନ୍ତୁ ୨୦୧୯ ରେ ଲୋକସଭା ନିର୍ବାଚନରେ ଅଭିଜିତ ସଫଳତା ହାସଲ କରିପାରିନଥିଲେ । ବେଙ୍ଗଲ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଅନେକ ନେତା ଟିଏମସିରେ ଯୋଗଦେବା ଅଭିଯାନ ଜାରି ରହିଛି । ନିକଟରେ ମୁକୁଲ ରାୟ ମଧ୍ୟ ବିଜେପି ଛାଡି ଟିଏମସିରେ ଯୋଗ ଦେଇଥିଲେ । ଟିଏମସିରେ ସାମିଲ ହେବା ପୂର୍ବରୁ ନକଲି ଭାକ୍ସିନ୍ ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ଅଭିଜିତ ବାନାର୍ଜୀ । ତେବେ ଟିଏମସିରେ ଅଭିଜିତଙ୍କ ଯୋଗଦାନ କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି କୁହାଯାଉଛି । କାରଣ ଏହା ପୂର୍ବରୁ ଜତିନ ପ୍ରସାଦ ଏବଂ ସିନ୍ଧିଆ ମଧ୍ୟ ଦଳ ଛାଡ଼ି ଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ବାମପନ୍ଥୀ ଦଳ ସହ କଂଗ୍ରେସର ମେଣ୍ଟ ପ୍ରସଙ୍ଗରେ ପୂର୍ବତନ ସାଂସଦ ଅଭିଜିତ ମୁଖାର୍ଜୀ ଅସନ୍ତୋଷ ପ୍ରକାଶ କରିଥିଲେ। ଦଳର ପରାଜୟ ପରେ ସେ କହିଥିଲେ ଯେ ଯଦି ବାମପନ୍ଥୀଙ୍କ ସହ ମେଣ୍ଟ ନକରି ପଶ୍ଚିମବଙ୍ଗରେ ନିର୍ବାଚନ ଲଢିଥାନ୍ତା ତେବେ ଦଳର ଭୋଟ ସେୟାର ବଢିଥାନ୍ତା ।

Related Posts