ଅଭିନନ୍ଦନ ବର୍ତମାନଙ୍କୁ ‘ବୀର ଚକ୍ର’

ସତ୍ୟପାଠ ବ୍ୟୁରୋ : ଆସନ୍ତାକାଲି ସ୍ୱାଧୀନତା ଦିବସରେ ଭାରତୀୟ ବାୟୁସେନାର ସାହସୀ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯିବ। ଫେବ୍ରୁଆରି ୨୭ ତାରିଖରେ ଶତ୍ରୁ ଦେଶ ପାକିସ୍ତାନର ଲଢୁଆ ବିମାନ ଏଫ୍‌-୧୬କୁ ଗୋଡ଼ାଇ ନେଇ ତା’ ଦେଶରେ ଛାଡ଼ିଥିବା ଅଭିନନ୍ଦନଙ୍କୁ ତାଙ୍କର ଦେଶ ଭକ୍ତି ପାଇଁ ଏହି ସମ୍ମାନରେ ସମ୍ମାନିତ କରାଯିବ।

ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୨୭ ତାରିଖରେ ଶତ୍ରୁ ବିମାନର ପିଛା କରି ତାହାକୁ ଖସାଇବା ସହ ଭୁଲ୍‌ରେ ଶତ୍ରୁ ଦେଶରେ ଖସି ପଡ଼ି  ସେଠାରେ ୫୦ ଘଣ୍ଟା ବିତାଇଥିବା ଅଭିନନ୍ଦନଙ୍କ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଶ୍ରୀନଗରରୁ ପଶ୍ଚିମାଞ୍ଚଳ ସେକ୍ଟରକୁ ବଦଳି କରି ଦିଆଯାଇଛି।

Related Posts