ଅଫିସରୁ କାମ କରିବାକୁ କୁହାଯିବାରୁ ଇସ୍ତଫା ଦେଲେ ୮୦୦ କର୍ମଚାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଫିସରୁ କାମ କରିବାକୁ କୁହାଯିବାରୁ ଇସ୍ତଫା ଦେଲେ ୮୦୦ କର୍ମଚାରୀ । ଗତ ଦୁଇ ମାସ ମଧ୍ୟରେ ଇସ୍ତଫା ଦେଇଛନ୍ତି। ମାର୍ଚ୍ଚ ୧୮ରେ, କମ୍ପାନି ‘ୱାର୍କ ଫ୍ରମ ହୋମ୍’ ସୁବିଧା ଶେଷ କରିବାକୁ ଘୋଷଣା କରିଥିଲା ଏବଂ କର୍ମଚାରୀଙ୍କୁ ଏପ୍ରିଲ ୧୮ ସୁଦ୍ଧା ଅଫିସକୁ ଫେରିବାକୁ କହିଥିଲା। ହେଲେ ଅଫିସ ଆସିବା ପରିବର୍ତ୍ତେ କର୍ମଚାରୀମାନେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ସେଲସ୍, କୋଡିଂ ଏବଂ ମ୍ୟାଥ୍ ଟିମର ପୂର୍ଣ୍ଣକାଳୀନ କର୍ମଚାରୀମାନେ ଇସ୍ତଫା ଦେଇଛନ୍ତି।

ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଇସ୍ତଫା ଦେଇଥିବା ଜଣେ କର୍ମଚାରୀ କହିଛନ୍ତି ଯେ, କିଛି କର୍ମଚାରୀଙ୍କ ଛୋଟ ପିଲା ଅଛନ୍ତି, କିଛି ଜଣଙ୍କର ବୃଦ୍ଧ ଏବଂ ଅସୁସ୍ଥ ପିତାମାତା ଥିବାବେଳେ ଅନ୍ୟମାନଙ୍କର ଅନ୍ୟାନ୍ୟ ଦାୟିତ୍ବ ଅଛି। ଏଭଳି ସ୍ଥିତିରେ କର୍ମଚାରୀମାନଙ୍କୁ ଏତେ କମ୍ ସମୟ ମଧ୍ୟରେ ଡାକିବା ଠିକ୍ ନୁହେଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts