କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ସାମୁହିକ ଇସ୍ତଫା ଦେଲେ ୩୫୦ କର୍ମଚାରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ ବିରୋଧ କରି ସାମୁହିକ ଇସ୍ତଫା ଦେଲେ ୩୫୦ କର୍ମଚାରୀ । ତେବେ ପ୍ରଶାସନ ସେମାନଙ୍କୁ ସୁରକ୍ଷା ଦେଇପାରୁ ନାହିଁ ବୋଲି ଅଭିଯୋଗ କରି ପଣ୍ଡିତମାନେ ବିକ୍ଷୋଭ କରିବା ସହିତ ସାମୁହିକ ଇସ୍ତଫା ଦେଇଛନ୍ତି। କର୍ମଚାରୀମାନେ ସେମାନଙ୍କ ଇସ୍ତଫା ପତ୍ର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ପଠାଇ ଦେଇଛନ୍ତି। ସେମାନଙ୍କ ଅଭିଯୋଗ ହେଲା ଯେ ଅଫିସ୍ ଭିତରେ ରାହୁଲଙ୍କ ଭଟ୍ଟଙ୍କ ହତ୍ୟା ପରେ କାଶ୍ମୀର ପଣ୍ଡିତ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ପ୍ରଶାସନ ତାଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ସେମାନେ ଦାବି କରିବା ସହିତ ଆଉ କିଛି ସମୟ ପରେ ଲାଲ୍ ଚୌକ୍ରେ ଆନ୍ଦୋଳନ ହେବ ବୋଲି କାଶ୍ମୀର ପଣ୍ଡିତ ଚତେବାନୀ ଦେଇଛନ୍ତି।

ଏହା ପୂର୍ବରୁ କାଶ୍ମୀର ପଣ୍ଡିତମାନେ ସକାଳେ ଜାମ୍ମ-ଅଖନୁର ପୁରୁଣା ହାଇୱେକୁ ବନ୍ଦ କରିଦେଇଥିଲେ। ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ନାରାବାଜୀ କରିଥିଲେ। ଏହି ମାମଲାରେ ପୁଲିସ ଲାଠି ଚାର୍ଜ କରିବାସହିତ ୪ ଜଣଙ୍କୁ ଗରିଫ କରିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।ବିରୋଧ ବେଳେ ପ୍ରଦର୍ଶନକାରୀମାନେ ବିମାନବନ୍ଦର ଅଭିମୁଖେ ଯାଉଥିବା ଦେଖି ପୁଲିସ ଲୁହବୁହା ଗ୍ୟାସ୍ ଫାୟରିଂ କରିଥିଲା। ଏହାପରେ ବିକ୍ଷୋଭକାରୀ ଓ ଲୋକମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts