କେନ୍ଦ୍ରାପଡା ମାର୍ଶାଘାଇ ବଜାର ଗଜଲକ୍ଷ୍ମୀ ପୂଜା ଭଷାଣୀ ଉତ୍ସବରେ ଅଘଟଣ: ୩୩ କେଭି ତାର ଲାଗି ଜଣେ ମୃତ, ୪ ଗୁରୁତର

ମାର୍ଶାଘାଇ: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବଜାର ଗଜଲକ୍ଷ୍ମୀ ପୂଜା ଭଷାଣୀ ଉତ୍ସବରେ ଘଟିଛି ଏକ ବଡ ଅଘଟଣ । ଖୁସିର ମାହୋଲରେ ଦୁଃଖର ଲହରୀ ଖେଳି ଯାଇଛି । କଷୋଟୀ ଗାଁରେ ଭଷାଣୀ ପ୍ରୋଶେସନ ସମୟରେ ୩୩ କେଭି ତାର ଲାଗିଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।

ଗୁରୁତରମାନଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ସମସ୍ତ ଆହତଙ୍କୁ କେନ୍ଦ୍ରାପଡା ସ୍ଥାନାନ୍ତର କରାଯାଇଛି । ମୃତକ କଣ କଷୋଟୀ ଗ୍ରାମର ବିଶ୍ବଜିତ ଲେଙ୍କା ବୋଲି ଜଣାପଡ଼ିଛି ।

Related Posts