ଭଦ୍ରକ ଧାମନଗରର ବ୍ଲକ ଲକ୍ଷ୍ମୀ ନାରାୟଣ ବାଳିକା ଵିଦ୍ୟାଳୟରେ ଅଘଟଣ: ପ୍ରାର୍ଥନା ଚାଲିଥିବା ବେଳେ ଟଳି ପଡିଲେ ଛାତ୍ରୀ

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗରର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ବାଳିକା ଵିଦ୍ୟାଳୟରେ ଘଟିଛି ଏକ ଦୁଃଖଦ ଘଟଣା । ପ୍ରାର୍ଥନା ଚାଲିଥିବା ବେଳେ ଟଳି ପଡିଛନ୍ତି ଜଣେ ଛାତ୍ରୀ। ମୃତ ଛାତ୍ରୀ ଜଣଙ୍କ ହେଲେ ମନିଷା ଵେହୁରିଆ। ସେ ନବମ ଶ୍ରେଣୀରେ ପଢ଼ୁଥିଲେ।

ମନିଷାଙ୍କ ଘର ରାଧାବଲ୍ଲଭପୁର ପଞ୍ଚାୟତ କାଳିସାହିରେ ବୋଲି ଜଣାଯାଇଛି।

ଆଜି ଶନିବାର ସକାଳୁଆ ସ୍କୁଲ ଥିଲା। ମନିଷା ଅନ୍ୟ ପିଲାମାନଙ୍କ ସହ ମିଶି ପ୍ରାର୍ଥନା କରୁଥିଲେ। ହଠାତ୍ ସେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ। ଶିକ୍ଷକଶିକ୍ଷୟିତ୍ରୀମାନେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମନିଷାଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣା ସମ୍ପର୍କରେ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ମନିଷାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି

Related Posts