ବାଲେଶ୍ୱର ଜିଲ୍ଲା ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଅଘଟଣ: ବିଦ୍ୟୁତ ସକ୍ ଲାଗି ୨ ଛାତ୍ରଙ୍କ ସମେତ ଜଣେ ଶିକ୍ଷକ ଗୁରୁତର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସ୍କୁଲରେ ବିଦ୍ୟୁତ ସକ୍ ଲାଗି ୩ ଜଣ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ବିଦ୍ୟାଳୟର ୨ ଜଣ ଛାତ୍ରଙ୍କ ସମେତ ଜଣେ ଶିକ୍ଷକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣ ଏବଂ ଜଣେ ଶିକ୍ଷକ ଏହି ସକ୍ ରେ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି । ତେବେ ପ୍ରଥମେ ସୋର ମେଡିକାଲ ଏବଂ ପରେ ବାଲେଶ୍ୱର ମେଡିକାଲକୁ ସେମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସ୍କୁଲର ପାଣି ମୋଟର ପାଖରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ଫଳରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।

Related Posts