କେନ୍ଦୁଝର କାଳିଆହତା ଗାଁର ଡିବି ସାହିରେ ଅଘଟଣ: ଲଗାଣ ବର୍ଷାରୁ ଭୁଶୁଡି ପଡିଲା କାନ୍ଥ, ୭ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କାଳିଆହତା ଗାଁର ଡିବି ସାହିରେ ଅଘଟଣ । ଲଗାଣ ବର୍ଷାରେ କାନ୍ଥ ପଡି ୭ ବର୍ଷୀୟ ଶିଶୁକନ୍ୟାର ମୃତ୍ୟୁ । ମୃତକ ହେଲେ କାଳିଆହତା ଗାଁ ଡିବି ସାହିର ଜାରିଙ୍ଗ ମୁଣ୍ଡାଙ୍କ ଝିଅ ରଞ୍ଜିତା ମୁଣ୍ଡା ।

ଗତକାଲି ବିଳମ୍ବିତ ରାତିରେ କାଳିଆହତା ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା। ଜାରିଙ୍ଗ ମୁଣ୍ଡାଙ୍କ ଚାଳ ଛପର ଘରେ ପାଣି ଗଳୁଥିଲା। ଏପରି ଅବସ୍ଥାରେ ବାପା ଓ ମାଙ୍କ ସାଥିରେ ରଞ୍ଜିତା ଶୋଇଥିବା ବେଳେ ଘରର ଗୋଟିଏ ପଟର କାନ୍ଥ ରଞ୍ଜିତାଙ୍କ ଉପରେ ପଡିଥିଲା।

ଘଟଣାସ୍ଥଳରେ ଶିଶୁକନ୍ୟା ରଞ୍ଜିତାଙ୍କର ମୃତ୍ୟୁ ଘଟିଥିବା ବେଳେ ବାପା ଓ ମାଆ ଦୁଇଜଣ ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ଆଜି ସକାଳୁ ତେଲକୋଇ ଅତିରିକ୍ତ ତହସିଲଦାର ଓ ଆରଆଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ଏବଂ ଶବ ବ୍ୟବଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଥିଲେ ।

Related Posts