
ନୂଆଦିଲ୍ଲୀ: ସୁପ୍ରିମକୋର୍ଟକୁ ମିଳିଲା ନୂଆ ମୁଖ୍ୟ ବିଚାରପତି । ତେବେ ସୁପ୍ରିକୋର୍ଟ ର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଡଷ୍ଟିସ୍ ୟୁୟୁ ଲଳିତ।
ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର(ଅଗଷ୍ଟ୯) ଏକ ନୋଟିସ ଜାରି କରାଯାଇଛି। ଅଗଷ୍ଟ ୨୭ ତାରିଖରୁ ଜଷ୍ଟିସ ଲଳିତଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ନୋଟିସ୍ରେ କୁହାଯାଉଛି ।
ପରବର୍ତ୍ତୀ ପ୍ରଧାନ ବିଚାରପତି ନେଇ ଜଷ୍ଟିସ୍ ୟୁୟୁ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମଣା । ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୬ ତାରିଖରେ ସରୁଛି ।
ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଅଗଷ୍ଟ ୨୭ ତାରିଖରେ ଜଷ୍ଟିସ୍ ଉମେଶ ଉଦୟ ଲଳିତ ଶପଥ ଗ୍ରହଣ କରିବେ । ମାତ୍ର ୭୪ ଦିନ ଲାଗି ପ୍ରଧାନ ବିଚାରପତି ରହିବା ପରେ ସେ ନଭେମ୍ବର ୮ରେ ଅବସର ନେବେ । ତାଙ୍କ ପରେ ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ନିଯୁକ୍ତି ମିଳିପାରେ ।ଜଷ୍ଟିସ୍ ଲଳିତଙ୍କ ବାପା ୟୁଆର୍ ଲଳିତ ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିଲେ । ଜଷ୍ଟିସ୍ ଲଳିତ ୨୦୧୪ ଅଗଷ୍ଟରେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ତା ପୂର୍ବରୁ ସେ ଆପେକ୍ସ କୋର୍ଟରେ ବରିଷ୍ଠ ଓକିଲ ଭାବେ କାର୍ଯ୍ୟ କରିଥିଲେ । ତିନି ତଲାକକୁ ନେଇ ରାୟ ଦେଇଥିବା ଖଣ୍ଡପୀଠରେ ଜଷ୍ଟିସ୍ ଲଳିତଙ୍କ ମତ ଗୁରୁତ୍ୱବହନ କରିଥିଲା ।