ଟିଟିଲାଗଡ଼ : ମାଟି ଧସି ଆଖି ବୁଜିଲେ ୨ ଯୁବକ । ଟିଟିଲାଗଡ ବ୍ଲକ ଅଦାବାହାଲ ପଞ୍ଚାୟତ ଡୁଙ୍ଗୁରିଗୁଡା ଗାଁ ରେ ଘଟିଛି ଏହି ଅଘଟଣ । ପୋଖରିରୁ ବିଲକୁ ପାଣି ନେବା ପାଇଁ ୨ ଜଣ ଯୁବକ ମାଟି କାଢ଼ିବା ସମୟରେ ମାଟି ଧସି ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ଜଣକର ମୃତଦେହ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି।

ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରା ହୋଇନି। ଘଟଣାସ୍ଥଳରେ ଲୋକାରଣ୍ୟ ହୋଇଥିବା ଦେଖିବାକୁ ମିଳିଛି। କିନ୍ତୁ ସେଠାରେ ଏବେ ସୁଦ୍ଧା ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୋଲିସ କିମ୍ୱା ଅଗ୍ନିଶମ ବାହିନୀ ପହଞ୍ଚି ନାହାନ୍ତି।