ନୂଆଦିଲ୍ଲୀ: ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ଭିଡିଓ ଲିକ୍ ମାମଲା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ, ଅକ୍ସନ୍ ମୁଡ୍ ରେ ପୋଲିସ । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ କୁ ସିମଲାରୁ ଗିରଫ କରାଯାଇଛି। ଏହି ମାମଲାରେ ଏହା ଦ୍ୱିତୀୟ ଗିରଫଦାରୀ । ଏହା ପୂର୍ବରୁ ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର କଥିତ ଅଭିଯୁକ୍ତ ଛାତ୍ରୀଙ୍କୁ ପୋଲିସ ଗିରଫ କରିଥିଲା ।

ଗିରଫ ଅଭିଯୁକ୍ତ ଛାତ୍ରୀ ହଷ୍ଟେଲରେ ଅନ୍ୟଛାତ୍ରୀଙ୍କ ଗାଧୋଇବା ଭିଡିଓ କରି ସିମଲାରେ ଥିବା ନିଜ ବୟଫ୍ରେଣ୍ଡଙ୍କୁ ପଠାଉଥିଲେ । ତେବେ ପୋଲିସ ଏବଂ ବିଶ୍ୱବିଦ୍ୟାଳୟ ଏହା ଦାବିକୁ ଖଣ୍ଡନ କରିଛନ୍ତି । ଅଭିଯୁକ୍ତ ଛାତ୍ରୀ ନିଜର ଭିଡିଓ କରି ବୟଫ୍ରେଣ୍ଡକୁ ପଠାଉଥିବା ବିଶ୍ୱବିଦ୍ୟାଳୟର ପକ୍ଷରୁ କୁହାଯାଇଛି ।

ପଞ୍ଜାବ ପୋଲିସ ଅବିଯୁକ୍ତ ବୟଫ୍ରେଣ୍ଡକୁ ଧରିବା ପାଇଁ ସିମଲାରେ ପହଞ୍ଚିଥିଲା । ଛାତ୍ରୀ ଜଣଙ୍କ ଅଭିଯୁକ୍ତ ଯୁବକର ଫୋଟ ଦେଖାଇଥିଲେ। ପଞ୍ଜାବ ପୋଲିସ ଅନୁସାରେ, ସିମଲାରେ ଥିବା ଯୁବକକୁ ଅଭିଯୁକ୍ତ ଛାତ୍ରୀ ଭଲ ଭାବରେ ଜାଣିଥିଲେ । ଅନ୍ୟପଟେ ଛାତ୍ରୀଙ୍କ ମୋବାଇଲ ଫରେନ୍ସିକ ତଦନ୍ତ ପାଇଁ ପଠାଯାଇଛି, ଏହାପରେ ଅଧିକ ତଥ୍ୟ ସାମନାକୁ ଆସିବ।

ଛାତ୍ରୀଙ୍କ ଭିଡିଓ ଲିକ୍ ମାମଲା ସାମନାକୁ ଆସିବା ପରେ ଶହ ଶହ ଛାତ୍ରୀ ରାସ୍ତାକୁ ଓହ୍ଲାଇଛନ୍ତି । ପ୍ରଶାସନ ଏବଂ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମାମଲାକୁ ଚପାଇବାକୁ ପ୍ରୟାସ କରୁଥିବା ବିଦ୍ୟାର୍ଥୀ ଅଭିଯୋଗ ଆଣିଛନ୍ତି । ବିବାଦ ବଢିବା ଦେଖି ବିଶ୍ୱବାଦ୍ୟାଳୟ ପ୍ରଶାସନ ଦୁଇ ଦିନ ଯାଏଁ ପାଠ ପଢା ବନ୍ଦ ରହିବ ବୋଲି ଘୋଷଣା କରିଛି