ମହାରାଷ୍ଟ୍ର ଜଳଗାଓଁ ଜିଲ୍ଲାରେ ଅଘଟଣ: ଚଳନ୍ତା ଟ୍ରେନରୁ ଅଲଗା ହେଲା ବଗି

ମୁମ୍ବାଇ: ମଙ୍ଗଳବାର ଅପରାହ୍ନ ସମୟରେ ମହାରାଷ୍ଟ୍ର ଜଳଗାଓଁ ଜିଲ୍ଲାରେ ଘଟିଛି ଏକ ଅଘଟଣ ।ଚଳନ୍ତା ଟ୍ରେନରୁ ଅଲଗା ହୋଇଯାଇଛି ବଗି । ମୁମ୍ବାଇରୁ ପାଟନା ଯାଉଥିବା ଏକ୍ସପ୍ରେସ ଟ୍ରେନର କିଛି ବଗି ଅଲଗା ହୋଇଯାଇଥିବା ସୂଚନା ମିଳିଛି ।

ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଚଳନ୍ତା ଟ୍ରେନରୁ ଅଲଗା ହେଲା ବଗିସୂଚନା ଅନୁଯାୟୀ, ଲୋକମାନ୍ୟ ତିଲକ ଟର୍ମିନସ ପାଟନା ଏକ୍ସପ୍ରେସ ଟ୍ରେନର S5 ଓ S6 କୋଚ ଚଳନ୍ତା ଅବସ୍ଥାରେ ଅଲଗା ହୋଇଯାଇଥିଲା । ଦିନ ୧୨ଟା ୩୮ ମିନିଟ୍ ସମୟରେ ମୁମ୍ବାଇ ଠାରୁ ୩୦୦ କିଲୋମିଟର ଦୂର ଭୁସାୱଲ ଡିଭିଜନର ଚାଲିଶଗାଓଁ ଏବଂ ବାଘଲି ଷ୍ଟେସନ ନିକଟରେ ଏହି ଅଘଟଣ ଘଟିଥିଲା ।

ରେଳୱେ କର୍ମଚାରୀ ବଗିକୁ ପୁନର୍ବାର ଯୋଡିଥିଲେ । ଏହାପରେ ୧ଟା ୦୬ ମିନିଟ ସମୟରେ ଟ୍ରେନ ପୁଣି ପାଟନା ଅଭିମୁଖେ ଯାତ୍ରା କରିଥିଲା ।

Related Posts