ବାରିପଦା ଏମ୍‌.ପି.ସି ଅଟୋନମସ କଲେଜ ନିକଟରେ ଅଘଟଣ: କାର ଧକ୍କାରେ ମହିଳା ଅଧ୍ୟାପିକାଙ୍କ ମୃତ୍ୟୁ

ବାରିପଦା: ବାରିପଦା ଏମ୍‌.ପି.ସି ଅଟୋନମସ କଲେଜ ନିକଟରେ ଘଟିଛି ଦୁର୍ଘଟଣା । ମହିଳା ଅଧ୍ୟାପିକାଙ୍କୁ ଏକ କାର ଧକ୍କା ଦେଇଛି । ଫଳରେ କାର ଧକ୍କାରେ ମହିଳା ଅଧ୍ୟାପିକାଙ୍କ ମୃତ୍ୟୁ ଘଟିଛି । ମୃତ ଅଧ୍ୟାପିକା ମନୀଷା ଶର୍ମା ଏମ.ପି.ସି ଅଟୋନମସ କଲେଜର ବାଣିଜ୍ୟ ବିଭାଗର ଅଧ୍ୟାପିକା । ପିଲାଙ୍କୁ ପାଠ ପଢାଇ ଘରକୁ ଫେରୁଥିବା ସମୟରେ କଲେଜ ରାସ୍ତାରେ ସାମ୍ନାପଟୁ ଆସୁଥିବା କାର ତାଙ୍କୁ ଧକ୍କା ଦେଇଥିଲା । କାର ଧକ୍କା ଦେବାପରେ କାର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ସେପଟେ ଫେରାର ଥିବା ଡ୍ରଇଭାରର ଗିରଫ ଦାବିକରି ଶତାଧିକ ଛାତ୍ରଛାତ୍ରୀ କଲେଜ ରାସ୍ତା ଉପରେ ଧାରଣାରେ ବସିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛି । ବହୁଦିନ ଧରି ୟୁନିଭର୍ସିଟି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ରହିଥିବା ବେଳେ ଜିଲ୍ଲା ପ୍ରଶାସନର କୌଣସି ନଜର ନାହିଁ। ପୂର୍ବରୁ ଅନେକ ଛୋଟବଡ ଦୂର୍ଘଟଣା କାରଣରୁ ଛାତ୍ରଛାତ୍ରୀ ରାସ୍ତା ମରାମତି ଓ ଷ୍ଟ୍ରିଟ୍ ଲାଇଟର ଦାବି କରି ଆସୁଛନ୍ତି। ଗୋଟେପଟେ ବେପରୁଆ ଗାଡି ଚାଳନା ଓ ଅନ୍ୟପଟେ ପ୍ରଶାସନର ଅବହେଳା ଯୋଗୁଁ ରାସ୍ତାର ଅବସ୍ଥା ଜଣେ ପ୍ରତିଭା ସମ୍ପର୍ଣ୍ଣ ଅଧ୍ୟାପିକାଙ୍କ ଜୀବନ ନେଇଥିବା କୁହାଯାଉଛି।

Related Posts