ମାଲକାନଗିରି କୁଟୁମପଲ୍ଲୀ ନଦୀଘାଟ ନିକଟରେ ଅଘଟଣ: ଭାରସାମ୍ୟ ହରାଇ ଓଲଟିପଡିଲା ଡଙ୍ଗା, କନିଷ୍ଠ ଯନ୍ତ୍ରୀ ନିଖୋଜ

ମାଲକାନଗିରି: ମାଲକାନଗିରି କୁଟୁମପଲ୍ଲୀ ନଦୀଘାଟ ନିକଟରେ ଘଟିଛି ଏକ ଅଘଟଣ । ଜଣେ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଯାଇଛନ୍ତି ।ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିବାରୁ ଏହି ଅଘଟଣ ଘଟିଛି । ଏକ ଦେଶୀ ଡଙ୍ଗାରେ ପେଣ୍ଡୁଲୁବାଇ ଗାଁରୁ କୁଟୁମପଲ୍ଲୀ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ପ୍ରାୟ ୧୪ ଜଣ ଯାତ୍ରୀ ଏହି ଡଙ୍ଗାରେ ଥିଲେ । କୂଳକୁ ଫେରିବା ପାଇଁ ଅଳ୍ପ କିଛି ବାଟ ଥିଲା । କୌଣସି କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିଲା ।

ଅନ୍ୟମାନେ ଫେରି ଆସିଥିବା ବେଳେ ଡଙ୍ଗାରେ ଥିବା ଜଣେ କନିଷ୍ଠ ଯନ୍ତ୍ରୀଙ୍କ ପତ୍ତା ମିଳୁନଥିବା ସୂଚନା ମିଳିଛି ।

ନିଖୋଜ କନିଷ୍ଠ ଯନ୍ତ୍ରୀ ଜଣଙ୍କ କୁଟୁମପଲ୍ଲୀରେ ନିର୍ମାଣଧୀନ ବ୍ରିଜ୍ କାମରେ ନିୟୋଜିତ ଥିଲେ । ତାଙ୍କ ଘର ଉତ୍ତରପ୍ରଦେଶରେ ବୋଲି ଜଣାପଡିଛି । ପଡ଼ିଆ ଅଗ୍ନିଶମ ବାହିନୀ ଖୋଜାଖୋଜି ଜାରି ରଖିଛନ୍ତି ।

Related Posts