ମାଲକାନଗିରି ଜିଲ୍ଲା ମାଳିଗୁଡ଼ା ଗାଁରେ ଅଘଟଣ: ଲଗାଣ ବର୍ଷାରେ ଭାଙ୍ଗିଲା ଘର, ଅଳ୍ପକେ ବର୍ତିଲେ ୩ ଶିଶୁ

କାଲିମେଳା : ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଭେଜାଙ୍ଗିୱାଡ଼ା ଗ୍ରାମପଞ୍ଚାୟତର ମାଳିଗୁଡ଼ା ଗାଁରେ ଅଘଟଣ । ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ଗୋଟିଏ ଘର ଭାଙ୍ଗି । ସେହି ସମୟରେ ଘରଭିତରେ ତିନି ଜଣ ଛୋଟଛୋଟ ଶିଶୁ ରହିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିବା ଜଣପାଡ଼ିଛି । ଆଜବେଷ୍ଟସ ଛପର ଇଟା କାନ୍ଥ ଘରର ଗୋଟିଏ ପାର୍ଶ୍ୱ ଭାଙ୍ଗି ଯାଇ ବାହାର ପଟେ ପଡ଼ିଥିଲା ।

ଫଳରେ ଘର ଭିତରେ ଥିବା ତିନିଜଣ ଶିଶୁ ବର୍ତ୍ତି ଯାଇଥିଲେ । ଲଚୁ ମାଳି ଓ ତାଙ୍କ ସ୍ତ୍ରୀ ପାନ ମାଳି ଦୁହେଁ ସୋମବାର ସକାଳେ ଜମିକୁ ଚାଷ କରିବାକୁ ଯାଇଥିବା ବେଳେ ଏହି ଦୁର୍ଘଟଣା ଘଟିବାର ଖବର ପାଇ ବାପା ମା ଦୁହେଁ ଘରକୁ ଆସି ପହଁଚିଲେ ।

ବର୍ତ୍ତମାନ ସେମାନେ ଏହି ଭଙ୍ଗା ଘର ଭିତରେ ରହୁଛନ୍ତି । ଖବର ପାଇ ଭେଜାଙ୍ଗିୱଡା ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋଷ କୁମାର କବାସୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କ କିପରି ସରକାରୀ ସହାୟତା ଯୋଗାଇଦେବେ ସେ ନେଇ ଆଲୋଚନା କରିଥିବା ଜଣାପଡିଛି ।

Related Posts