କାଲିମେଳା : ଲଗାଣ ବର୍ଷା ଫଳରେ ନଦୀ ଓ କେନାଲର ଜଳସ୍ତର ବୃଦ୍ଧି ପାଉଥିବା ବେଳେ, ଭାଙ୍ଗିଲା ଗାଁମ୍ପାକୋଣ୍ଡା ମୁଖ୍ୟ କେନାଲ ବନ୍ଧ । କାଲିମେଳା ମନ୍ୟୋମକୋଣ୍ଡାର ଏମପିଭି ୭୫ ଗାଁ ନିକଟରେ କେନାଲ ବନ୍ଧ ଭାଙ୍ଗିଯାଇଥିବା ଜଣାପଡିଛି । ଫଳରେ ଏକର ଏକର ଚାଷ ଜମି ନଷ୍ଟ ହୋଇଯାଇଛି ।
ହଜାରରୁ ଅଧିକ ଏକର ଚାଷ ଜମିରେ କେନାଲ ପାଣି ମାଡି ଯିବା ଫଳରେ ଫସଲ ନଷ୍ଟ ହୋଇଛି ।
ଚାଷୀଙ୍କ ଜମିରେ ୫ରୁ ୭ଫୁଟର କେନାଲ ପାଣି ଚାଲିଛି । ଫଳରେ ଏକର ଏକର ଚାଷ ଜମି ବର୍ତ୍ତମାନ ବାଲିଚର ହୋଇଛି । ଶୁକ୍ରବାର ଭୋରରେ କେନାଲ ଭାଙ୍ଗିଥିବା ନେଇ ସୂଚନା ମିଳିଛି । ଏହାପରେ ପଟେରୁ ଜଳ ସେଚନ ବିଭାଗର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ।
