ଭଦ୍ରକ ୧୬ ନମ୍ଵର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଦୋକାନରେ ପିଟିହେଲା ମେଡିସିନ ବୋଝେଇ ଟ୍ରକ୍, ଜଣେ ମୃତ, 2 ଗୁରୁତର

ଭଦ୍ରକ : ଭଦ୍ରକ ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବାରିକପୁର ନିକଟ ରାଜେନ୍ଦ୍ରପୁର ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବାଇକ୍‌କୁ ଧକ୍କା ଦେଇ ଦୋକାନରେ ପିଟିହେଲା ମେଡିସିନ ବୋଝେଇ ଟ୍ରକ୍। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ୨ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ବାରିକପୁର ନିକଟ ରାଜେନ୍ଦ୍ରପୁର ଛକ ନିକଟରେ ଏକ ମେଡିସିନ ବୋଝେଇ ଟ୍ରକ୍ ପ୍ରଥମେ ଗୋଟିଏ ସ୍କୁଟିକୁ ଧକ୍କା ଦେଇଥିଲା। ପରେ ରାସ୍ତା କଡ଼ରେ ଥିବା ଏକ ଦୋକାନରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ କଟକ ବଡ଼ ମେଡିକାଲରେ ମୃତ ଘୋଷଣା କରାଯାଇଛି। ଆଉ ୨ ଜଣଙ୍କର ଗୁରୁତର ଅବସ୍ଥାରେ ଚିକିତ୍ସା ଚାଲିଛି।

Related Posts