ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ନିକଟରେ ଦୁର୍ଘଟଣା: ୨ ମୃତ, ୫ରୁ ଅଧିକ ଆହତ

ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ନିକଟରେ ଘଟିଛି ଏକ ମର୍ମତୁଦ ସଡକ ଦୁର୍ଘଟଣା | ସାନହୁଲା ପୋଲରେ ପିଟି ହୋଇଛି ଦ୍ରୁତ ଗତିରେ ଆସୁଥିବା ଏକ ପିକଅପ ଭ୍ୟାନ । ଫଳରେ ଏହି ଦୁର୍ଘଟଣାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ, ୫ ଜଣରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି |

ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲାର ଠାକୁରଗଡ଼ ଥାନା ନିକଟ ସାନହୁଲା ପୋଲରେ ପିଟି ହୋଇଛି ଏକ ଦ୍ରୁତ ଗତିରେ ଆସୁଥିବା ପିକଅପ ଭ୍ୟାନ | ଫଳରେ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି | ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭ୍ୟାନରେ ପ୍ରାୟ ୧୫ରୁ ଅଧିକ ଲୋକ ଆଠମଲ୍ଲିକର ଏକ ବିବାହ ଭୋଜିକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଗୁରୁତର ଆହତଙ୍କୁ ଆଠମଲ୍ଲିକ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଉଛି ।

Related Posts