ଦେଓଘର ରୋପୱେରେ ଉଦ୍ଧାର ବେଳେ ଘଟିଲା ଦୁର୍ଘଟଣା; ୧୫୦୦ ଫୁଟ ଉଚ୍ଚରୁ ତଳେ ପଡ଼ି ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଓଘର ରୋପୱେରେ ଉଦ୍ଧାର ବେଳେ ଘଟିଲା ଦୁର୍ଘଟଣା । ତେବେ ରୋପୱେରେ ଫସିରହିଥିବା ଲୋକଙ୍କୁ ଉଦ୍ଧାରବେଳେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଟ୍ରଲିର କ୍ୟାବିନରୁ ଏୟାରଲିଫ୍ଟ କରାଯିବା ସମୟରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ ଏବଂ ଗୁରୁତର ଆହତ ହୋଇଥିଲେ। ପରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଶୋଭା ଦେବୀ ଏବଂ ସେ ଦେବଘର ଝୋଁସାଗଢୀ ବାସିନ୍ଦା ହୋଇଥିବା ଜଣାପଡିଛି। ସେପଟେ ତ୍ରିକୁଟ ପର୍ବତ ରୋପୱେର ଟ୍ରଲି ନମ୍ୱର ୭ରୁ ହେଲିକପ୍ଟର ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରାଯାଉଥିଲା।

ଏହି ସମୟରେ ଜଣେ ମହିଳା ହେଲିକପ୍ଟରରୁ ତଳେ ପଡିଯାଇଥିଲେ। ଗରୁଡ କମାଣ୍ଡର ଯବାନମାନେ ତାଙ୍କୁ ଦଉଡି ସାହାଯ୍ୟରେ ଉଦ୍ଧାର କରିବା ସମୟରେ ଏଭଳି ଅଘଟଣ ଘଟିଥିଲା। ମହିଳାଙ୍କୁ ହେଲିକପ୍ଟରରେ ଉପରକୁ ନେବା ପରିବର୍ତ୍ତି କୌଣସି କାରଣରୁ ତଳକୁ ଓହ୍ଲା ଯାଉଥିଲା। ଏହି ସମୟରେ କୌଣସି କାରଣରୁ ଦଉଡି ଛିଡି ଯାଇଥିଲା। ଶେଷରେ ମହିଳା ଜଣଙ୍କ ତଳେ ପଡିଯାଇଥିଲେ। ମିଡିଆ ରିପୋର୍ଟ ଅନୁସାରେ ମହିଳାଙ୍କ ଓଜନ ଅଧିକ ଥିବା କାରଣରୁ ଦଉଡି ଛିଡି ଯାଇଥିଲା। ଫଳରେ ମହିଳା ଜଣଙ୍କ ୧୫୦୦ ଫୁଟ ଉଚ୍ଚରୁ ପାହାଡର ତଳେ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ମହିଳାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts