ବିହାର ଔରଙ୍ଗାବାଦରେ ଛଠ ପୂଜା ପ୍ରସାଦ ରୋଷେଇ ବେଳେ ଅଘଟଣ: ଗ୍ୟାସ୍ ସିଲିଣ୍ଡର ଫାଟି ଜଳିଗଲେ ୭ ପୁଲିସ କର୍ମୀ

ପାଟନା: ବିହାର ଔରଙ୍ଗାବାଦରେ ଘଟିଛି ଏକ ବଡ଼ ଅଘଟଣ । ଛଠ ପୂଜା ପ୍ରସାଦ ରୋଷେଇ ବେଳେ ଅଘଟଣ ଘଟିଛି । ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଛି । ଫଳରେ ଏହି ଘଟଣାରେ ୭ ପୁଲିସ କର୍ମୀ ଜଳିଯାଇଛନ୍ତି । ଏଥିସହ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଔରଙ୍ଗାବାଦର ତେଲି କଲୋନିରେ ଛଠ ପୂଜା ପାଇଁ ଆୟୋଜନ ଚାଲିଥିବା ବେଳେ ଶୁକ୍ରବାର ରାତିରେ ଅଚ୍‌ନାକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଫଳରେ ଏକ ଦୁଇ ମହଲା କୋଠାରେ ନିଆଁ ଲାଗିଯାଇଥିଲା।

ଛଠ ପର୍ବ ପାଇଁ ପ୍ରସାଦ ରୋଷେଇ ଚାଲିଥିବା ବେଳେ ଗ୍ୟାସ୍ ପାଇସ୍ ଲିକେଜ୍ ହୋଇଥିଲା। ଫଳରେ ଏଥିରେ ନିଆଁ ଲାଗି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ନିଆଁ ଲାଗି ୩୦ରୁ ଅଧିକ ମହିଳା ପୁରୁଷ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସେପଟେ ନିଆଁକୁ ଆୟତ କରିବାକୁ ପହଞ୍ଚିଥିବା ୭ରୁ ଅଧିକ ପୁଲିସକର୍ମୀ ମଧ୍ୟ ଜଳି ଯାଇଛନ୍ତି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଚାଲିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି

Related Posts