ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜମାକାରୀଙ୍କ ଅର୍ଥ ହଡପ କରିଥିବା ଅଭିଯୋଗରେ ପାଟଣା ପୋଲିସ୍ ଦ୍ବାରା ପୂର୍ବତନ ପୋଷ୍ଟ ମାଷ୍ଟର ବିରବର ପାତ୍ରଙ୍କୁ ଗିରଫ କରାଯାଇଛି। ତେବେ ବିରବର ପାତ୍ର ନିକଟସ୍ଥ ମୂଷାଖୋରି ଗ୍ରାମର ଅଧିବାସୀ ବୋଲି ଜଣାପଡିଛି।
ଅଭିଯୋଗ ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ପୋଷ୍ଟ ଅଫିସରର ପୂର୍ବତନ ପୋଷ୍ଟ ମାଷ୍ଟର ଦୁଇ ଜଣ ଜମାକାରୀଙ୍କ ୧ ଲକ୍ଷ ୯୧ ହଜାର ୪୩୦ ଟଙ୍କା ହଡ଼ପ କରିଥିବା ନେଇ ବିଭାଗ ପକ୍ଷରୁ ପାଟଣା ଥାନା ରେ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତି କରି କେସ୍ ନଂ ୨୨୩/୨୦୨୨ ରେ ଏକ ମାମଲା ରୁଜୁ କରି ପୋଲିସ୍ ଘଟଣାର ତଦନ୍ତ କରିବା ପରେ ସୋମବାର ଦିନ ସଂପୃକ୍ତ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।
