ମଣିପୁରରେ ପୁଣି ଭୂକମ୍ପ ଝଟକା ଅନୁଭୂତ: ରିକ୍ଟର ସ୍କେଲରେ ତୀବ୍ରତା 3.5

ଇମ୍ଫାଲ: ପୁଣି ଥରିଲା ମଣିପୁର । ମଣିପୁରର ବିଷ୍ଣୁପୁର ଅଞ୍ଚଳରେ ଅନୁଭୂତ ହେଲା ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି । ଆଜି ସକାଳ 9ଟା 19 ମିନିଟରେ ଭୂକମ୍ପ ହୋଇଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଭୂକମ୍ପର ଗଭୀରତା 30 କିଲୋମିଟର ହୋଇଛି। ସେହପରି ଏହାର ଅକ୍ଷାଂଶ 24.94 ହୋଇଥିବାବେଳେ ଦ୍ରାଘିମା 93.53 ରହିଛି । ଏହି ବିଷ୍ଣୁପୁରର ଉତ୍ତର-ଦକ୍ଷିଣରେ 41 କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହାପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ମଣିପୁରର ମୋଇରାଙ୍ଗରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ ହୋଇଥିଲା । ଭୂକମ୍ପର ଗଭୀରତା 52 କିଲୋମିଟର ହୋଇଥିବାବେଳେ, ଏହା ମୋରିଙ୍ଗାର ଦକ୍ଷିଣ -ଦକ୍ଷିଣ ପୂର୍ବରେ ୫୭ କିଲୋମିଟର ଦୂରରେ ଅନୁଭୂତ ହୋଇଥିଲା । ଯାହାର ଅକ୍ଷାଂଶ ୨୪. ୦୨ ହୋଇଥିବାବେଳେ ଦ୍ରାଘିମା ୯୪ ରହିଥିଲା । ଏହାର ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ନଥିଲା । ସେହିପରି ଅକ୍ଟୋବରରେ ମଣିପୁରର ଚୁରାଚାନ୍ଦପୁରରେ ୩.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

Related Posts