ହାଜତରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ ଧୁରୁଆଡିହି ଥାନାରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ ହୋଇଛି । ନାବାଳିକା ଚାଲାଣ ମାମଲାରେ ଅଭିଯୁକ୍ତ ସୁନୀଲ ଲୋଧିକୁ ପୋଲିସ ମଧ୍ୟପ୍ରଦେଶରୁ ଗିରଫ କରିଥିଲା ।

ସୁନ୍ଦରଗଡ ସଦର ବ୍ଲକ୍ ମାନମୁଣ୍ଡା ଗାଁର ଜଣେ ନାବାଳିକାଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ ରାଜ୍ୟ ବାହାରେ ବିକ୍ରି କରି ଦିଆଯାଇଥିଲା । ତାଙ୍କୁ ସୁନୀଲ ଲୋଧି କିଣିଥିବା ଅଭିଯୋଗ ହୋଇଥିଲା । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସର ସ୍ବତନ୍ତ୍ର ଟିମ୍ ମଧ୍ୟପ୍ରଦେଶରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ସୁନୀଲ ଲୋଧିକୁ ଗିରଫ କରିଥିଲା । ତେବେ ଆଜି ସନ୍ଦେହଜନକ ଭାବରେ ଥାନା ହାଜତରେ ମୃତ୍ୟୁ ହୋଇଛି ।

Related Posts