ରୋଷେୟା ଏବଂ ଡିଏଫଓଙ୍କୁ କ୍ଲିନଚିଟ୍, ବିଦ୍ୟାଙ୍କ ନାଁରେ ମାମଲା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଆଜିଯାଏଁ ଚର୍ଚ୍ଚା ହେଉଛି । ଏହାରି ଭିତରେ ଆଜି କ୍ରାଇମବ୍ରାଞ୍ଚ ଏଡିଜି ପ୍ରେମମିଟ୍ କରି ବଡ଼ ସୂଚନା ଦେଇଛନ୍ତି । କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ତଦନ୍ତରୁ ସୌମ୍ୟଙ୍କ ମୃତ୍ୟୁ ଏକ ଦୁର୍ଘଟଣା । ମୃତ୍ୟୁକାଳୀନ ଜମାନବନ୍ଦୀ ଓ ତଦନ୍ତରୁ ଏହା ଏକ ଦୁର୍ଘଟଣା ବୋଲି ଜଣାପଡିଛି । ତଦନ୍ତର ନିର୍ୟ୍ୟାସ ଅନୁସାରେ ସୌମ୍ୟଙ୍କ କ୍ୱାଟର୍ସରେ ହିଁ ଘଟଣା ଘଟିଛି । ଘଟଣାରେ ଡିଏଫଓ କିମ୍ବା ରୋଷେୟାଙ୍କର କିଛି ସଂପୃକ୍ତି ନାହିଁ ।
କିରୋସିନିରୁ ନିଆଁ ଲାଗି ସୌମ୍ୟରଂଜନ ପୋଡି ଯାଇଥିବା ଜଣାପଡିଛି । ତେବେ ବିଦ୍ୟାଭାରତୀଙ୍କ ଅବହେଳା ତଦନ୍ତରେ ଜଣାପଡିଛି । ସୌମ୍ୟଙ୍କ ଦେହରେ ଲାଗିଥିବା ନିଆଁ ଲିଭାଇନଥିଲେ ବିଦ୍ୟାଭାରତୀ । ଏନେଇ ବିଦ୍ୟାଭାରତୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୌମ୍ୟଙ୍କ ସହ ପତ୍ନୀ ବିଦ୍ୟାଭାରତୀଙ୍କ ବୈବାହିକ ସଂପର୍କ ଭଲ ନଥିଲା । ଏକଥା ତଦନ୍ତ ଓ ବିଦ୍ୟାଙ୍କ ପଲିଗ୍ରାଫ ଟେଷ୍ଟ ବେଲେ ଜଣାପଡିଛି । ଘଟଣାଦିନ ନିଆଁ ଲାଗିବା ପରେ ବିଦ୍ୟାଭାରତୀ ଲିଭାଇନଥିଲେ । ସୌମ୍ୟ ଜଳୁଥିଲେ ବି ବିଦ୍ୟା ନିଆଁ ଲିଭାଇବାକୁ ଚେଷ୍ଟା କରିନଥିଲେ । ନିଜେ ନିଆଁ ଲିଭାଇନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ । ଏନେଇ ବିଦ୍ୟାଭାରତୀଙ୍କ ନାଁ ରେ ଦଫା ୨୮୫ ଓ ୩୦୪(ଏ) ଲାଗିଛି ।
ଅନ୍ୟପଟେ ଏହି ମାମଲାରେ ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ ବେହେରାଙ୍କୁ କ୍ଲିନଚିଟ ଦେଇଛନ୍ତି କ୍ରାଇମବ୍ରାଂଚ ଏଡିଜି । ତଦନ୍ତ ଏବଂ ମୃତ୍ୟୁକାଳିନ ଜମାନବନ୍ଦୀ ଅନୁସାରେ ଡିଏଫଓଙ୍କ ଭୂମିକା ନାହିଁ । ସୌମ୍ୟ ମୃତ୍ୟୁ ମାମଲାରେ ଡିଏଫଓଙ୍କର କିଛି ସଂପୃକ୍ତି ଥିବା ପ୍ରମାଣ ମିଳିନି । ସୌମ୍ୟ ପୋଡିଯିବା ଘଟଣାରେ ଡିଏଫଓଙ୍କର କୌଣସି ଭୂମିକା ନାହିଁ । ସେହିଭଳି ରୋଷେୟା ମନ୍ମଥ କୁମ୍ଭଙ୍କର ବି ଘଟଣାରେ କିଛି ଭୂମିକା ନାହିଁ ।

Related Posts