ଆସନ୍ତାକାଲି ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ । ପ୍ରଥମ ଥର ପାଇଁ ୮ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ୱାଟକୋ । ତେବେ ପଳାଶୁଣୀ ମୁଖ୍ୟ ଜଳ ଯେଗାଣ ପାଇପଲାଇନରେ ଜରୁରୀ ମରାମତି ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏଥିପାଇଁ ପୂର୍ବରୁ ପାଣି ସଂରକ୍ଷିତ ରଖିବା ପାଇଁ ୱାଟକୋ ପକ୍ଷରୁ ଅନୁରୋଧ କରାଯାଇଛି । ଜଳ ଯୋଗାଣ ବନ୍ଦ ହେଉଥିବାରୁ ଲୋକଙ୍କୁ କାଲି ପାଇଁ ଆଗୁଆ ପାଣି ସଂରକ୍ଷିତ କରି ରଖିବାକୁ କୁହାଯାଇଛି । ତେବେ ଅପରାହ୍ନ ୪ଟା ପରେ ଜଳ ଯୋଗାଣ ସ୍ୱାଭାବିକ ଭାବେ ଚାଲିବ । କିନ୍ତୁ ସକାଳ ୮ଟାରୁ ଅପରାହ୍ନ ୪ଟା ଯାଏଁ ବନ୍ଦ ରହିବ ଜଳ ଯୋଗାଣ ।

Related Posts