ଘରେ କୋକେନ ରଖିବା ଅଭିଯୋଗରେ ଗିରଫ ଅଭିନେତା ଅରମାନ କୋହଲିଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଘରେ କୋକେନ ରଖିବା ଅଭିଯୋଗରେ ନେଇ ଦୀର୍ଘ ସମୟ ପଚରାଉଚରା ଅଭିନେତା ଅରମାନ କୋହଲିଙ୍କୁ ଅଗଷ୍ଟ ୨୯, ୨୦୨୧ରେ ଏନସିବି ଗିରଫ କରିଥିଲା। ଏହି ମାମଲାରେ ଆଜି ଅରମାନଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି। ବମ୍ବେ ହାଇକୋର୍ଟ ୧ଲକ୍ଷ ଟଙ୍କାର ମୁଚଲିକା ସହ ଅରମାନଙ୍କୁ ଜାମିନ ଦେଇଥିବା ଜଣାପଡ଼ିଛି। ଏହା ସହ ଯଦି ଏଭଳି ଅପରାଧ ଅରମାନ ପୁଣି ଥରେ କରୁଥିବା ଜଣାପଡେ, ତେବେ ତାଙ୍କ ଜାମିନ ଖାରଜ କରାଯିବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାସକୁ ଥରେ ଏନସିବି କାର୍ଯ୍ୟାଳୟରେ ହାଜର ହେବାକୁ ମଧ୍ୟ ଅରମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ଅଗଷ୍ଟ ୨୮ ସକାଳେ ଏନସିବି ହାଜି ଅଲ୍ଲି ନିକଟରେ ଚଢ଼ାଉ କରିଥିଲା। ଏଠାରୁ ଜଣେ ବଡ଼ ଡ୍ରଗ୍ସ ଚାଲାଣକାରୀ ଅଜୟ ରାଜୁ ସିଂହଙ୍କୁ ଗିରଫ କରାଯାଇଥିଲା। ଏହି ଚଢ଼ାଉ ସମୟରେ ଅଜୟଙ୍କଠାରୁ ୨୫ ଗ୍ରାମର ଏମଡି ଜବତ ହୋଇଥିଲା। ଅଜୟ ରାଜୁ ସିଂହଙ୍କୁ ଗିରଫ ଓ ପଚରାଉଚରା ପରେ ଏନସିବି ଆଗକୁ ଯାଞ୍ଚ ଆରମ୍ଭ କରି ଅଭିନେତା ଅରମାନ କୋହଲିଙ୍କ ଘର ଉପରେ ଚଢ଼ାଉ କରିବା ସହ ଡ୍ରଗ୍ସ ଜବତ କରିଥିଲା

Related Posts