କରୋନାରେ ବଲିଉଡ ଅଭିନେତା ବିକ୍ରମଜିତଙ୍କ ପରଲୋକ

actor

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର: ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ବିକ୍ରମଜିତ୍ କାନୱାରପାଲ କରୋନାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 52 ବର୍ଷ ବୟସ ହୋଇଥିଲା। ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଅଶୋକ ପଣ୍ଡିତ ଲେଖିଛନ୍ତି, “କୋଭିଡ କାରଣରୁ ମେଜର ବିକ୍ରମଜିତଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ।ତାଙ୍କ ପରିବାର ଏବଂ ନିକଟତମ ଲୋକଙ୍କୁ ହୃଦୟରୁ ସମବେଦନା ଜଣାଉଛି ।” ୨୦୦୩ ମସିହାରେ ଭାରତୀୟ ସେନାରୁ ଅବସର ନେବା ପରେ ବିକ୍ରମଜିତ କାନୱାରପାଲ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

ସେ ପେଜ୍ ୩, ରକେଟ୍ ସିଂ, ସେଲ୍ସମ୍ୟାନ୍ ଅଫ୍ ଦି ଇୟର, ଆରକ୍ଷଣ, ମର୍ଡର ୨, ଟୁ ଷ୍ଟେଟ୍ସ ଏବଂ ଦି ଗାଜି ଆଟାକ୍ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ‘ୟେ ହେ ଚାହତେ’, ‘ସ୍ପେଶାଲ ଆଇପିଏସ’, ‘ଅଦାଲତ’, ‘ଦିଆ ଓର ବାତି ହମ୍’, ‘କ୍ରାଇମ ପେଟ୍ରୋଲ ଦସ୍ତକ’ ଭଳି ଟିଭି ଶୋ’ରେ ମଧ୍ୟ ଅଭିନୟ କରିଥିଲେ । ତାଙ୍କୁ ଶେଷ ଥର ପାଇଁ ଡିଜନି ପ୍ଲସ୍ ହଟଷ୍ଟାରର ଲୋକପ୍ରିୟ ୱେବ୍ ସିରିଜ୍ ସ୍ପେସିଆଲ୍ ଅପ୍ସରେ ନଜର ଆସିଥିଲେ ​। ବିକ୍ରମଜିତ୍ କାନୱାରପାଲଙ୍କ ଦେହାନ୍ତ ଖବର ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି । ଇନଷ୍ଟାଗ୍ରାମରେ ନୀଲ ନିତିନ ମୁକେଶ ପୋଷ୍ଟ କରିଛନ୍ତି,” “ଅତ୍ୟନ୍ତ ଦୁଃଖଦ ଖବର। ମୁଁ ଏତେ ବର୍ଷ ଧରି ମେଜର ବିକ୍ରମଜିତଙ୍କୁ ଜାଣିଛି। ସେ ଏବଂ ମୁଁ ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଛୁ । ଶେଷ ଚଳଚିତ୍ରଟି ହେଉଛି ବାଇପାସ୍ ରୋଡ୍ । ସେ ଏପରି ଏକ ଚମତ୍କାର, ଉତ୍ସାହଜନକ ମଣିଷ ଥିଲେ ଏବଂ ସର୍ବଦା ସ୍ମରଣୀୟ ହୋଇ ରହିବେ।”

Related Posts