ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ବର୍ଷ ପାଇଁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲୋକପ୍ରିୟ ଅଭିନେତ୍ରୀ ଆଶା ପାରେଖଙ୍କୁ ୨୦୨୨ ବର୍ଷ ପାଇଁ ଦାଦାସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୩୦ରେ ଆଶା ପାରେଖଙ୍କୁ ଏହି ସମ୍ମାନ ଦିଆଯିବ।

୬୦ ଏବଂ ୭୦ ଦଶକରେ ଆଶା ପାରେଖ ଦେଶର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଥିଲେ।୧୯୯୨ରେ ତାଙ୍କୁ ସିନେମା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଥିଲେ।

Related Posts