ବେଙ୍ଗାଳୁରୁର ରାଜ୍ ବାହାଦୂର କିଏ, ଯାହାଙ୍କୁ ରଜନୀକାନ୍ତ ତାଙ୍କ ଦାଦାସାହେବ ଫାଲକେ ପୁରସ୍କାରକୁ ଉତ୍ସର୍ଗ କରିଛନ୍ତି?

କର୍ଣ୍ଣାଟକରେ ମୋର ବନ୍ଧୁ, ବସ୍ ପରିବହନ ଡ୍ରାଇଭର, ମୋର ସହକର୍ମୀ – ରାଜ ବାହାଦୂର | ଯେତେବେଳେ ମୁଁ ବସ୍ କଣ୍ଡକ୍ଟର ଥିଲି, ସେତେବେଳେ ସେ ମୋ ଭିତରେ ଅଭିନୟ ପ୍ରତିଭା ଚିହ୍ନଟ କରିଥିଲେ ଏବଂ ମୋତେ ସିନେମାରେ ଯୋଗଦେବାକୁ ଉତ୍ସାହିତ କରିଥିଲେ ବୋଲି ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ସମ୍ମାନଜନକ ଦାଦାସାହେବ ଫାଲକେ ପୁରସ୍କାର ପାଇବା ପରେ ରଜନୀକାନ୍ତ ତାଙ୍କ ଭାଷଣ ସମୟରେ ସ୍ମରଣ କରିଥିଲେ। କିନ୍ତୁ ରାଜ ବାହାଦୂର କିଏ?

ବାଙ୍ଗାଲୋର ମହାନଗର ପରିବହନ ନିଗମ (ବିଏମଟିସି) ଡ୍ରାଇଭର ତଥା ଚାମରାଜପେଟର ବାସିନ୍ଦା ପି ରାଜ ବାହୁଦୁର ପ୍ରଥମ ଦିନରେ ରଜନୀକାନ୍ତଙ୍କୁ ଚିହ୍ନଟ କରି ଉତ୍ସାହିତ କରି ତାଙ୍କୁ ସିନେମାରେ ଯୋଗଦେବାକୁ ପ୍ରେରିତ କରିଥିଲେ। ରାଜ ବାହୁଦୁର ନିଗମ ହେବା ପୂର୍ବରୁ ବାଙ୍ଗାଲୋର ପରିବହନ ସେବା (ବିଟିସି) ରେ କାର୍ଯ୍ୟ କରିଥିଲେ ଏବଂ ରଜନୀକାନ୍ତ ସେତେବେଳେ ତାଙ୍କ ସହ କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଥିଲେ।

ରଜନୀକାନ୍ତ ପୁରସ୍କାର ଗ୍ରହଣ କରିବାର କିଛି ମିନିଟ୍ ପରେ, ରାଜ ବାହୁଦୁର ତାଙ୍କ ବନ୍ଧୁ ରଜନୀକାନ୍ତ ଙ୍କୁ ଭେଟିବା ପାଇଁ ଚେନ୍ନାଇ ଯିବାକୁ ବ୍ୟାଗ ପ୍ୟାକ୍ କରିବାକୁ ପ୍ରସ୍ତୁତ ହେଉଥିଲେ। ସେ ସମ୍ମାନଜନକ ପୁରସ୍କାର ଗ୍ରହଣ କରୁଥିବାବେଳେ ମୋ ଭଳି ଜଣେ ସାଧାରଣ ଲୋକର ନାମ ନେବା ତାଙ୍କ ପାଇଁ ଆବଶ୍ୟକ ନଥିଲା ବୋଲି ରାଜ୍ ବାହାଦୁର କହିଛନ୍ତି।। ଏହା ତାଙ୍କର ହୃଦୟର ବଡ଼ପଣଡା, ନମ୍ରତା ଏବଂ ସତ୍ୟକୁ ଦର୍ଶାଏ ଯେ ସେ ତାଙ୍କର ଜୀବନର ଯାତ୍ରା କୁ ଭୁଲି ନାହାଁନ୍ତି | ସେ ନିଜ ସାଙ୍ଗମାନଙ୍କୁ କେବେବି ଭୁଲି ନାହାଁନ୍ତି ଯେଉଁମାନେ ତାଙ୍କୁ ଉତ୍ସାହିତ କରିଥିଲେ | ସେ ଯେତେବେଳେ ବି ବେଙ୍ଗାଲୁରୁ ଆସିବେ ସେତେବେଳେ ତାଙ୍କ ସାଙ୍ଗମାନଙ୍କୁ ଭେଟିବା ପାଇଁ ନିଶ୍ଚୟ ଆସନ୍ତି ବୋଲି ରାଜ ବାହାଦୁର ଗଣମାଧ୍ୟମକୁ କହିଛନ୍ତି।

ରଜନୀକାନ୍ତଙ୍କ ସହ ତାଙ୍କର 50 ବର୍ଷ ପୁରୁଣା ବନ୍ଧୁତା ବିଷୟରେ କହିଥିବା ବେଳେ ରାଜ ବାହୁଦୁର ମନେ ପକାଇଥିଲେ ଯେ କଣ୍ଡକ୍ଟର ଭାବରେ ଯୋଗଦେବାବେଳେ 1970 ରେ ଶିବାଜୀ ରାଓ ଗାଏକୱାଡ (ରଜନୀକାନ୍ତ) ଙ୍କ ସହ ସାକ୍ଷାତ ହୋଇଥିଲେ। ରାଜ ବାହାଦୁର ଡ୍ରାଇଭର ଭାବରେ ଯୋଗ ଦେଇଥିଲେ।

ସେ କହିଛନ୍ତି, “ଯଦିଓ ରଜନୀକାନ୍ତ ଅନ୍ୟମାନଙ୍କ ପରି କଣ୍ଡକ୍ଟର ଥିଲେ, ତଥାପି ତାଙ୍କ ଠାରେ ଏକ ସ୍ପାର୍କ ବା ଚମକ୍ ଥିଲା | ଆମେ ତାଙ୍କୁ କର୍ମଚାରୀଙ୍କ ସଙ୍ଗଠନ ଦ୍ୱାରା ସଂଗଠିତ ନାଟକରେ ଅଭିନୟ କରୁଥିଲୁ ଯେଉଁଠାରେ ସେ ସର୍ବଦା ମୁଖ୍ୟ ଭୂମିକା ଗ୍ରହଣ କରିବେ | ସେ ଅଭିନୟରେ ପ୍ରକୃତରେ ଅତୁଳନୀୟ ଥିଲେ | କିନ୍ତୁ ସେ ଅଭିନେତା ହେବାର ସ୍ୱପ୍ନ ଦେଖି ନଥିଲେ। ଥରେ, ମୁଁ ତାଙ୍କୁ କହିଥିଲି ଯେ ତାଙ୍କର ଚଳଚ୍ଚିତ୍ରରେ ଅଭିନେତା ହେବାର ସମସ୍ତ ପ୍ରତିଭା ଏବଂ ଦକ୍ଷତା ଅଛି | ଆରମ୍ଭରୁ ସେ ଚଳଚ୍ଚିତ୍ରରେ ପ୍ରବେଶ କରିବାକୁ ଆଗ୍ରହୀ ନଥିଲେ କିନ୍ତୁ ମୁଁ ତାଙ୍କୁ ଠେଲି ଦେଇଥିଲି | ଶେଷରେ ତାଙ୍କୁ ମାଡ୍ରାସ ଫିଲ୍ମ ଇନଷ୍ଟିଚ୍ୟୁଟରେ ତାଲିମ ପାଇଁ ଚେନ୍ନାଇ ପଠାଯାଇଥିଲା। ” ରାଜ ବାହାଦୂର କହିଛନ୍ତି ଯେ, ଗୋଟିଏ କାର୍ଯ୍ୟକ୍ରମରେ ରଜନୀ ଏକ ନାଟକରେ ଅଭିନୟ କରିଥିଲେ ଏବଂ କିମ୍ବଦନ୍ତୀ ତାମିଲ ନିର୍ଦ୍ଦେଶକ କେ ବାଲାଚାନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ସେହି କାର୍ଯ୍ୟକ୍ରମରୁ ଫେରି ରଜନୀ ବେଙ୍ଗାଲୁରୁ ଆସି ମୋତେ କହିଥିଲେ ଯେ ବାଲାଚାନ୍ଦର୍ ମୋତେ ତାମିଲ ଶିଖିବାକୁ କହିଛନ୍ତି କିନ୍ତୁ ଆଉ କିଛି କହି ନାହାଁନ୍ତି। ମୁଁ ତାଙ୍କୁ କହିଲି, ଯଦି ଏତେ ବଡ ନିର୍ଦ୍ଦେଶକ ତୁମକୁ ତାମିଲ ଶିଖିବାକୁ କହିଛନ୍ତି ଏହା ଆଗରେ ନିଶ୍ଚିତ କିଛି ବଡ ଉଦ୍ଦେଶ୍ୟ ଅଛି | ଯେହେତୁ ମୁଁ ତାମିଲ ଜାଣିଛି, ସେବେଠାରୁ ମୁଁ ରଜନୀଙ୍କ ସହ କେବଳ ତାମିଲ ଭାଷାରେ କଥା କହିବାକୁ ସ୍ଥିର କଲି | ଠିକ୍ ପରବର୍ତ୍ତୀ ଦୁଇ ମାସ ମଧ୍ୟରେ ରଜନୀକାନ୍ତ ତାମିଲ ଭାଷାରେ ଭଲଭାବେ କହିବା ଶିଖି ଯାଇଥିଲେ ବୋଲି ସେ କହିଛନ୍ତି।

“ପରବର୍ତ୍ତୀ ସମୟରେ ଯେତେବେଳେ ରଜନୀ ନିର୍ଦ୍ଦେଶକଙ୍କୁ ବାଲାଚାନ୍ଦର୍ ଙ୍କୁ ଭେଟିଲେ ସେ ତାଙ୍କୁ କହିଥିଲେ ଯେ ତାଙ୍କ ପାଇଁ ଫିଲ୍ମ ରେ ଗୋଟେ ଭୂମିକା ଅଛି କିନ୍ତୁ ଯେହେତୁ ତୁମେ ତାମିଲ ଭାଷା ଜାଣି ନାହ ତେଣୁ ତୁମକୁ କାଷ୍ଟିଂ କରିବା ସମ୍ଭବ ନୁହେଁ। ସଙ୍ଗେ ସଙ୍ଗେ ରଜନୀ ତାମିଲରେ ତାଙ୍କୁ ଉତ୍ତର ଦେଇ କହିଥିଲେ ଯେ ସେ ଭାଷା ଜାଣିଛନ୍ତି ଏବଂ ବାଲାଚାନ୍ଦର୍ ମାତ୍ର ଦୁଇ ମାସ ମଧ୍ୟରେ ଭାଷା ଶିଖିବାର କ୍ଷମତା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବଂ ସେ 1975 ରେ ଅପୂର୍ଭା ରାଗଙ୍ଗାଲରେ ଏକ ଭୂମିକା ଦେଇଥିଲେ। ସେହି ଦିନଠାରୁ ସେ ଆଉ ପଛକୁ ଚାହିଁ ନଥିଲେ ଏବଂ ବାକି ସବୁ ଇତିହାସ ବୋଲି ରାଜ ବାହାଦୂର କହିଛନ୍ତି।

Related Posts