ଥରିଲା ପାକିସ୍ତାନ: ରିକ୍ଟର ସ୍କେଲରେ ୪.୨ ତୀବ୍ରତାର ଭୂକମ୍ପ ଅନୁଭୂତ

ଇସଲାମାବାଦ : ଥରିଲା ପାକିସ୍ତାନ । ମଙ୍ଗଳବାର ୬ଟା ୩୫ ମିନିଟ୍‌ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରେକର୍ଡ ହୋଇଛି । ଏହାର ଅକ୍ଷାଂଶ ୩୨.୯୭ ଏବଂ ଦ୍ରାଘିମା ୭୩.୬୧ ରହିଛି। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଭୂକମ୍ପ ଫଳାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପୂର୍ବରୁ ଗତ ମେ ମାସରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ ହୋଇଥିଲା । ଏହାର ପ୍ରଭାବ ପାକିସ୍ତାନର ଏକାଧିକ ସ୍ଥାନ ସହିତ ଆଫଗାନିସ୍ତାନ ଏବଂ ଇରାନରେ ମଧ୍ୟ ଅନୁଭୁତ ହୋଇଥିଲା । ଭୂକମ୍ପ ଝଟ୍‌କା ଏତେ ଅଧିକ ଥିଲା ଯେ ଘରେ ଥିବା ଜିନିଷପତ୍ରଗୁଡିକ ଦୋହଲି ଯାଇଥିଲା ।ଫଳରେ ଲୋକେ ଭୟରେ ଜୀବନ ବଞ୍ଚାଇବାକୁ ବାହାରକୁ ଚାଲିଆସିଥିଲେ । ଭୂକମ୍ପ ଫଳରେ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ଭୂକମ୍ପରେ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ । ସେହିପରି ଗତ ବର୍ଷ ଫେବୃୟାରୀ ମାସରେ 6.4 ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂକମ୍ପର ଗଭୀରତା କେନ୍ଦ୍ରସ୍ଥଳ ଠାରୁ 80 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା।ଝଟକା ଇସଲାମବାଦ, ପଞ୍ଜାବ, ଖାଇବର ପଖତୁନଖ୍ବା ଏବଂ ବାଲୋଚିସ୍ତାନରେ ଲାଗିଥିଲା । ଭୂକମ୍ପର ତୀବ୍ରତା ଶକ୍ତିଶାଳୀ ଥିବାବେଳେ ଏହା ଲୋକଙ୍କ ମଧ୍ୟରେ ଭୟ ସଂଞ୍ଚାର କରିଥିଲା । ଯାହାଫଳରେ ଭୟଭୀତ ହୋଇ ଲୋକମାନେ ବାହାରକୁ ଦୌଡି ପଳାଇଥିଲେ।

Related Posts