ବର୍ଷିୟାନ ଅଭିନେତ୍ରୀ ଓ୍ବାହିଦା ରେହମାନ ପାଇବେ ଦାଦା ସାହେବ ଫାଲ୍‌କେ ପୁରସ୍କାର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଘୋଷଣା ହେଲା ଦାଦା ସାହେବ ଫାଲକେ ଆଓ୍ବାର୍ଡ । ବର୍ଷିୟାନ ଅଭିନେତ୍ରୀ ଓ୍ବାହିଦା ରେହମାନଙ୍କୁ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ମିଳିବ । ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଦାଦା ସାବେହ ଫାଲକେ ପୁରସ୍କାର ପାଇଁ ଓ୍ବାହିଦା ରେହମାନଙ୍କୁ ଚୟନ କରାଯାଇଛି । ଇନଫର୍ମେସନ ଓ ବ୍ରଡକାଷ୍ଟିଂ ମନ୍ତ୍ରୀ ଅନୁରାଗ ଠାକୁର ଆଓ୍ବାର୍ଡ ଘୋଷଣା କରିଛନ୍ତି ।

ଚଳଚ୍ଚିତ୍ର ଜଗତରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯିବ । ୯୦ରୁ ଅଧିକ ଫିଲ୍ମରେ ଚମତ୍କାର ଅଭିନୟ କରିଛନ୍ତି ଓ୍ବାହିଦା ରେହମାନ । ୨୦୧୧ରେ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ୧୯୭୨ରେ ଓ୍ବାହିଦାଙ୍କୁ ପଦ୍ମଶ୍ରୀ ଆଓ୍ବାର୍ଡ ମିଳିଥିଲା ।

Related Posts