ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା। ଗୃହରେ ପୁଣି ହଟ୍ଟଗୋଳ ସୃଷ୍ଟି ହୋଇଛି। ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଉଲ୍ଲେଖଯୋଗ୍ୟ, ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଗୃହରେ ପ୍ରଶ୍ନକୁ ରିଜେକ୍ଟ କରାଯାଉଥିବା ନେଇ ବିଜେପି ବିଧାୟକମାନେ ପାଟିତୁଣ୍ଡ କରିଥିଲେ। ତେଣେ ଏମଏସପି ପ୍ରସଙ୍ଗ ଉଠାଇ ଶାସକ ବିଜେଡିର ସଦସ୍ୟମାନେ ବି ହଟ୍ଟଗୋଳ କରିଥିଲେ। ଏହାଫଳରେ ଦିନ ୧୨ଟା ଯାଏ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ଏହାସହିତ ଗୃହର ସୁପରିଚାଳନା ଲାଗି ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ ବାଚସ୍ପତି। କିନ୍ତୁ ତାହା ସଫଳ ହୋଇନଥିଲା।