ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କର ପରଲୋକ ହୋଇଯାଇଛି । ତାଙ୍କୁ ସର୍ଭିକାଲ କ୍ୟାନ୍ସର ହୋଇଥିଲା। ଏହି ସୂଚନା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିଆଯାଇଛି । ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ତାଙ୍କ ପ୍ରଶଂସକମାନଙ୍କୁ ସ୍ତବ୍ଧ କରିଦେଇଛି । ପୁନମ ପାଣ୍ଡେଙ୍କ ମ୍ୟାନେଜର ଏହି ସୂଚନା ଦେଇଛନ୍ତି। ତେବେ ଫେବ୍ରୁଆରି ୧ ତାରିଖ ରାତିରେ ସର୍ଭିକାଲ୍ କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ପୁନମ୍ ନିଜର ବୋଲ୍ଡ ଅନ୍ଦାଜ ପାଇଁ ଜଣାଶୁଣା ଥିଲେ । ଅନେକ ଥର ନିଜର ମନ୍ତବ୍ୟ ପାଇଁ ମଧ୍ୟ ବିବାଦ ଘେରକୁ ଆସିଥିଲେ । ପୁନମ ପାଣ୍ଡେ ଜଣେ ଲୋକପ୍ରିୟ ମଧ୍ୟ ମଡେଲ ଥିଲେ। ପୁନମ ପାଣ୍ଡେ ୨୦୧୩ରେ ଫିଲ୍ମ ‘ନଶା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ତାଙ୍କ ପ୍ରଶଂସକମାନଙ୍କୁ ସ୍ତବ୍ଧ କରିଦେଇଛି ।

Related Posts