ଘରେ ‘ନାଗଲୋକ’ !

ଜଣଙ୍କ ଘରୁ ବାହାରିଲେ 14ରୁ ଅଧିକ ନାଗ

କିଛି ମାସ ତଳେ ଆମ ରାଜ୍ୟର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ଜଣଙ୍କ ଘରୁ ଶହ ଶହ ନାଗ ସାପ ବାହାରିବା ଘଟଣା ସୃଷ୍ଟି କରିଥିଲା ଚାଞ୍ଚଲ୍ୟ । ଏବେ ଖବର ଆସିଛି ଉତ୍ତରପ୍ରଦେଶରୁ । ଉତ୍ତର ପ୍ରଦେଶର କନ୍ନୋଜର ଜଣେ ବ୍ୟକ୍ତିଙ୍କ ଘର ଯେମିତି ପାଲଟିଛି ନାଗ ଲୋକ । ଘର କାନ୍ଥ ଭିତରୁ ଲଗାତାର ବାହାରିଲେ ନାଗ ସାପ । ସ୍ଥିତି ଏମିତି ହେଲା ଯେ ସେହି ପରିବାରକୁ ନିଜ ଘର ଛାଡ଼ିବାକୁ ପଡ଼ିଲା । କିନ୍ତୁ ସାପଙ୍କର ବାହାରିବା ଧାରା ବନ୍ଦ ହେଲାନାହିଁ । ଶେଷରେ 3 ଜଣ ସାପୁଆଙ୍କୁ ଡକାଗଲା । ଆଉ ସେମାନେ ଘର ଭିତରୁ ବାହାର କଲେ ସାପ ।

 

ଜଣଙ୍କ ଘରୁ ବାହାରିଲେ 14ରୁ ଅଧିକ ନାଗ ସାପ
ଘର କାନ୍ଥରୁ ସାପ ବାହାରିବା ଧାରା ଜାରି
3 ଜଣ ସାପୁଆ ଆସି ସାପଙ୍କୁ ବାହାର କଲେ
ସାପ ଭୟରେ ଘର ଛାଡ଼ିଲେ ପରିବାର

 

ଗୋଟିଏ ଦୁଇଟି ନୁହେଁ ବଡ଼ ଓ ଛୋଟ ସାପ ମିଶାଇ 14ଟିରୁ ଅଧିକ କଳା ବିଷଧର ନାଗ ସାପ ବାହାର କଲେ ସାପୁଆ । ବନ ବିଭାଗ ଅଧିକାରୀମାନେ ପହଞ୍ଚି ସାପ ସବୁ ସହ ସେଠାରୁ ବାହାରିଥିବା ଅଣ୍ଡା ମଧ୍ୟ ସାଙ୍ଗରେ ନେଇଗଲେ । ତେବେ ଏହି ଘଟଣା ନେଇ ସଂପୃକ୍ତ ପରିବାର ସହ ଗାଁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି ।

Related Posts