ବିଶ୍ବର ସବୁଠାରୁ ବଡ଼ ପଢୁଆ

123 ଘଣ୍ଟା ନନ୍‌ଷ୍ଟପ୍‌ ପାଠ ପଢ଼ା

ନା ରହିଲେ, ନା ଥକିଲେ, 123 ଘଣ୍ଟା ଧରି ନନ୍‌ ଷ୍ଟପ୍‌ ପଢ଼ିଲେ । କେଇ ଘଣ୍ଟା ବହି ପଢ଼ିଲେ ଯେ କେହି ଟିକେ ବ୍ରେକ୍‌ ନେବାକୁ ଚାହିଁବ । କିନ୍ତୁ ଆପଣ କଣ ବିଶ୍ବାସ କରିପାରିବେ ଯେ କେହି ଲୋକ 5 ଦିନରୁ ଅଧିକ ସମୟ ଧରି ଆଖି ପଲକ ବି ନ ପକାଇ କେବଳ ପଢ଼ିଲେ ଆଉ ପଢ଼ି ଚାଲିଲେ ।

ଭାଙ୍ଗିଲେ ନେପାଳର ଦୀପକ ଶର୍ମାଙ୍କ ରେକର୍ଡ
ୟତୀଶ ଚନ୍ଦ୍ର ହେଲେ ସବୁଠାରୁ ବଡ଼ ପଢୁଆ
ହଁ ଏମିତି ଅବିଶ୍ବସନୀୟ କାମ କରିଛନ୍ତି ଉତ୍ତରପ୍ରଦେଶ ଲକ୍ଷ୍ମୀପୁରର ୟତୀଶ ଚନ୍ଦ୍ର । ଆଉ ଏମିତି କରି ୟତୀଶ ପାଲଟିଯାଇଛନ୍ତି ବିଶ୍ବର ସବୁଠାରୁ ବଡ଼ ପଢୁଆ । ଅର୍ଥାତ୍‌ ସବୁଠୁ ଅଧିକ ସମୟ ଧରି ପଢ଼ିବାରେ ସେ କରିଛନ୍ତି ବିଶ୍ବ ରେକର୍ଡ । ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି ୟତୀଶ । ପୂର୍ବରୁ ଏହି ରେକର୍ଡର ଅଧିକାରୀ ଥିବା ନେପାଳର ଦୀପକ ଶର୍ମାଙ୍କର ରେକର୍ଡ ଭାଙ୍ଗିଛନ୍ତି ।

ୟତୀଶଙ୍କର ଏହି ରେକର୍ଡ ପାଇଁ ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ସ୍ଥିତ କୃଷକ ସମାଜ ଇଣ୍ଟର କଲେଜ୍‌ ହଲ୍‌ରେ କରାଯାଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ । ସେଠାରେ ଥିଲେ ଗିନିଜ୍‌ ବୁକ୍‌ର ଭାରତ ମୁଖ୍ୟ ଆଲୋକ କୁମାର ମିଶ୍ରା । ଲଗାତାର 5 ଦିନ ଆଉ 3 ଘଣ୍ଟା ଯାଏଁ ପଢ଼ିଚାଲିଲେ ୟତୀଶ । ଆଉ ଯେତେବେଳେ ୟତୀଶ, ଦୀପକ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଲକ୍ଷ୍ମୀପୁରର କୃଷକ ସମାନ ଇଣ୍ଟର କଲେଜର ହଲ୍‌ ତାଳି ଶବ୍ଦରେ କମ୍ପି ଉଠିଲା । ସେଠାରେ ଥିବା ଲୋକେ ୟତୀଶଙ୍କୁ ଫୁଲ ମାଳରେ ଲଦି ଦେଲେ. । ଆଉ ଗିନିଜ୍‌ ବୁକ୍‌ ପକ୍ଷରୁ ତାଙ୍କୁ ପ୍ରମାଣପତ୍ର ସହ ସମ୍ମାନିତ କରାଗଲା । ୟତୀଶ ସ୍ଥାନୀୟ ଗୋଲା-ଗୋକର୍ଣ୍ଣନାଥ ତହସିଲ୍‌ର ରେହରିଆ ଗାଁର ବାସିନ୍ଦା । ନିଜ ଗାଁରୁ ପ୍ରାଥମିକ ଶିକ୍ଷା ଶେଷ କରିବା ପରେ 2001ରେ ଲକ୍ଷ୍ନୋରୁ ଉଚ୍ଚଶିକ୍ଷା ଗ୍ରହଣ କରିଛନ୍ତି ୟତୀଶ ।

Related Posts