ସାବାଡ଼ ହେବେ ମହାଠକ

ମୋଦିଙ୍କ ସମ୍ପତ୍ତି ଜବତ ଆରମ୍ଭ

ବହୁଚର୍ଚ୍ଚିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ମହାଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କ ବିରୋଧରେ ଭାରତ ସମେତ ୫ଟି ଦେଶରେ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ୬୩୭ କୋଟି ଟଙ୍କା ମୂଲ୍ୟର ନିରବ ମୋଦି ଓ ତାଙ୍କ ପରିବାରର ସଂପତ୍ତି ଜବତ କରାଇଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ, ବ୍ରିଟେନ, ଆମେରିକା ସମେତ ଅନ୍ୟ ଦେଶରେ ମୋଦି ଆଣ୍ଡ ଫ୍ୟାମିଲିଙ୍କ କୋଠା, ଗହଣା, ବ୍ୟାଙ୍କ ଜମା ଜବତ କରାଯାଇଛି ।

ଭାରତ ସମେତ ୫ଟି ଦେଶରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ
ନୀରବଙ୍କ ୬୩୭ କୋଟି ଟଙ୍କାର ସଂପତ୍ତି ଜବତ
ମୋଦି ଆଣ୍ଡ ଫ୍ୟାମିଲିଙ୍କ ସଂପତ୍ତି, ଗହଣା, ଫ୍ଲା୍ଟ୍ସ, ବ୍ୟାଙ୍କ ବାଲାନ୍ସ ଜବତ
ନ୍ୟୁୟର୍କରେ ନିରବଙ୍କ ୨୧୬ କୋଟି ଟଙ୍କା ମୂଲ୍ୟର ୨ ସ୍ଥାବର ସଂପତ୍ତି ଜବତ
ହଂକଂରୁ ଜବତ ହୋଇଛି ୨୨ କୋଟି ୬୯ ଲକ୍ଷ ଟଙ୍କା ମୂଲ୍ୟର ହୀରା 
ଦକ୍ଷିଣ ମୁମ୍ବାଇରୁ ୧୯ କୋଟି ୫୦ ଲକ୍ଷ ଟଙ୍କା ବିଶିଷ୍ଟ ଫ୍ଲାଟ୍ ଜବତ
ଜବତ ୫ ବ୍ୟାଙ୍କ୍ ଆକାଉଣ୍ଟ ଅଛି ୨୭୮ କୋଟି ଟଙ୍କା

ନ୍ୟୁୟର୍କରେ ନିରବ ମୋଦିଙ୍କ ୨୧୬ କୋଟି ଟଙ୍କା ମୂଲ୍ୟର ସଂପତ୍ତି ଜବତ ହୋଇଛି । ହଂକଂରୁ ଜବତ ହୋଇଛି ୨୨ କୋଟି ୬୯ ଲକ୍ଷ ଟଙ୍କା ମୂଲ୍ୟର ହୀରା ଅଳଙ୍କାର । ଜାନୁଆରୀରେ ସିବିଆଇ ଦ୍ବାରା ନିରବ ମୋଦିଙ୍କ ବିରୋଧରେ ମାମଲା ରୁଜୁ କଲା ପରେ ଅଳଙ୍କାରର ଏକ ଷ୍ଟକ୍ ହଂକଂ ପଠାଯାଇଥିଲା । ଯାହାକୁ ହଂକଂର ଏକ ଘରୋଇ କଂପାନିର ୱାଲେଟ୍‌ରେ ଏ ସବୁକୁ ରଖାଯାଇଥିଲା । କଂପାନିର ଲଣ୍ଡନ ସ୍ଥିତ ମୁଖ୍ୟାଳୟ ସହ ଯୋଗାଯୋଗ କରାଯାଇ ବାରମ୍ବାର ଅନୁରୋଧ ପରେ ସେ ସବୁକୁ ଜବତ ସମ୍ଭବ ହୋଇଛି ।

ଏପଟେ ଦେଶ ଭିତରେ ଦକ୍ଷିଣ ମୁମ୍ବାଇରୁ ମୋଦିଙ୍କର ୧୯ କୋଟି ୫୦ ଲକ୍ଷ ଟଙ୍କାର ଗୋଟିଏ ଫ୍ଲାଟ୍ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୋଦି ଓ ତାଙ୍କ ସଂପର୍କୀୟଙ୍କ ୫ ବ୍ୟାଙ୍କ୍ ଆକାଉଣ୍ଟ ଜବତ ହୋଇଛି, ଯେଉଁଥିରେ ୨୭୮ କୋଟି ଟଙ୍କା ଜମା ଅଛି । ଭାରତର ତଦନ୍ତକାରୀ ସଂସ୍ଥାଙ୍କ ଅନୁରୋଧ କ୍ରମେ ଇଣ୍ଟରପୋଲ୍ ନିରବ ମୋଦି ଓ ତାଙ୍କ ସଂପର୍କୀୟଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କରିଛି । ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୌକସୀ ପିଏନବିରୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକେଇ ମାମଲାର ଅଭିଯୁକ୍ତ । ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିବା ପୂର୍ବରୁ ଦୁହେଁ ଦେଶଛାଡି ପଳାଇଥିଲେ । ନିରବ ମୋଦି ବ୍ରିଟେନ୍‌ରେ ଥିବା ଜଣାପଡିଥିଛି । ମେହୁଲ ଚୌକସୀ ଆଣ୍ଟିଗୁଆର ନାଗରିକତ୍ବ ଗ୍ରହଣ କରି ସେଠାରେ ରହୁଛନ୍ତି ।
ମହାଠକଙ୍କ ସମ୍ପତ୍ତି ଜବତ

 

Related Posts